Latest Odisha News

ହାତୀ ମୃତ୍ୟୁ ମାମଲା; କର୍ଲାପାଟ ଅଭୟାରଣ୍ୟ ଗସ୍ତରେ ପିସିସିଏଫ୍

କଳାହାଣ୍ଡି: ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀର ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତ କରିଛନ୍ତି ପିସିସିଏଫ୍ ଶଶି ପଲ୍।

ପେଷ୍ଟେରେଲା ମଲ୍ଟୋସିଡା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇ ୬ଟି ହାତୀ ହେମୋରାଜିକ୍ ସେପ୍ଟିସେମିଆରେ ପୀଡିତ ହୋଇଥିଲେ।

ତେବେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବାର ଗୋଟିଏ ଦିନ ପରେ ପିସିସିଏଫ ଏହି ଗସ୍ତ କରିଛନ୍ତି।

ଅଧିକ ପଢନ୍ତୁ- କର୍ଲାପାଟ ଅଭୟାରଣ୍ୟରେ ପୁଣି ୧ ହାତୀ ମୃତ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

Comments are closed.