Latest Odisha News

BREAKING NEWS

ପୁଣି ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶ ଆସି ଗଲା ଦନ୍ତାର ଜୀବନ

ଆଠଗଡ଼: ପୁଣି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଗଲା ଦନ୍ତା ଜୀବନ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ଏକ ହାତୀର ମୃତ୍ୟୁ ହୋଇଛି। ଆଠଗଡ଼ ରେଞ୍ଜ କୁଲାଇଲୋ କ୍ରସର ପଡ଼ିଆରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।

ହାତୀର ଶୁଣ୍ଢରେ ବିଦ୍ୟୁତ୍ ତାର ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି। କ୍ରସର ପଡ଼ିଆ ଉପରେ ଦେଇ ଯାଇଛି ୩୩ କେଭିର ବିଦ୍ୟୁତ ତାର। ସବୁଠୁ ଆଶ୍ଚର୍ଯ୍ୟର କଥା, ଉକ୍ତ ସ୍ଥାନରେ ବିଦ୍ୟୁତ ତାର ମାତ୍ର ୧୦ ଫୁଟ ଉଚ୍ଚତାରେ ଯାଇଥିବା ଦେଖିବାକୁ ମିଳିଛି।

ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବରପାଇ ଆଠଗଡ଼ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି।

Comments are closed.