Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସଙ୍କଟରେ ଗଜରାଜ: ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଅନୁଗୁଳ : ସଙ୍କଟରେ ଗଜରାଜ। ପ୍ରତିଦିନ କେଉଁଠି ନା କେଉଁଠି ହାତୀ ମୃତ୍ୟୁ ହେଉଛି । ଏମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନିଆଯାଉଛି। ହେଲେ ଏବେ ବି ସଙ୍କଟରେ ଏହି ହାତୀ ବଂଶ । କେଉଁଠାରେ ବିଦ୍ୟୁତ ଆଘାତରେ ତ ଆଉ କେଉଁଠି ଶକାରୀର ଶିକାର ହେଉଛି ଏହି ହାତୀ। ଖାଲି ସେତିକି ନୁହେଁ ଜଙ୍ଗଲରୁ ଆହାର ନପାଇ ଜନବସତି ଆଡକୁ ଆସି ଆକ୍ରମଣ ସହ ମୃତ୍ୟୁ ମୁଖରେ ପଡୁଛନ୍ତି ହାତୀ ପଲ।

ପୁଣି ଏକ ହାତୀର ମୃତ ଦେହ ଉଦ୍ଧାର ହୋଇଛି ।  ଅନୁଗୁଳ  ପୁରୁଣାଗଡ଼ ରେଞ୍ଜ ମାଧପୁର ଜଙ୍ଗଲ ମୌଜା ନିକଟରେ ଏକ ଦନ୍ତାହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବିଭାଗୀୟ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ଗତ ବିଳମ୍ବିତ ରାତିରେ ହାତୀଟି ମାଧପୁର ଜଙ୍ଗଲ ନିକଟରେ ବୁଲୁଥିବା ବେଳେ ଜଙ୍ଗଲ ପାଖ ଦେଇ ଯାଇଥିବା ବିଦ୍ୟୁତ୍ ଲାଇନରେ ଲାଗି ଯାଇଥିବା ସନ୍ଦେହ କରାଯାଉଛି । ଫଳରେ ହାତୀଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ସେପଟେ ବିଦ୍ୟୁତ ତାର ବିଛାଇଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ବନ ବିଭାଗ କହିଛି । ଏନେଇ ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

Comments are closed, but trackbacks and pingbacks are open.