Latest Odisha News

BREAKING NEWS

ଅନୁଗୁଳ : ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ରେଂଜରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି।

ମୃତ ହାତୀର ବୟସ ପାଖାପାଖି ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.