Latest Odisha News

BREAKING NEWS

ଖୋର୍ଦ୍ଧା ଓ ନୟାଗଡ ମୁହାଁ ହେଲେ ଚନ୍ଦକା ହାତୀପଲ

ଭୁବନେଶ୍ୱର: ଚନ୍ଦକା ଅଭୟାରଣ୍ୟର କିଛି ହାତୀପଲ ଖୋର୍ଦ୍ଧା ଓ ନୟାଗଡ ମୁହାଁ ହେଉଥିବା ବେଳେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ଭୁବନେଶ୍ୱର ବନଖଣ୍ଡ ଅଧିକାରୀ ।

ମିଳିଥିବା ସୂଚନାନୁଯାୟୀ ଏହି ୪୨ଟିକିଆ ହାତୀପଲ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ, ଚିଲିକା ଓ ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳ ଆଡକୁ ମୁହାଁଇଛନ୍ତି ।

ଆହୁରି ମଧ୍ୟ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ବନବିଭାଗ ପକ୍ଷରୁ ୧୦ଟି ସ୍ପେଶାଲ୍ ଟିମର ଗଠନ କରିଛନ୍ତି । ଏହାବ୍ୟତିତ ହର୍ପିସ ଭାଇରସ୍ ଦ୍ୱାରା ପିଡିତ ହାତୀଙ୍କ ଚିହ୍ନଟ କରିବା ଲାଗି ପ୍ରୟାସ କରୁଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଏହି ଭାଇରସ୍ ପ୍ରଭାବରେ ନନ୍ଦନକାନନ ଚିଡିଆଖାନାର ୪ଟି ହାତୀ ଏବଂ ଚନ୍ଦକା ଅଭୟାରଣ୍ୟରେ ଗୋଟିଏ ହାତୀର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.