Latest Odisha News

କଟକ ଦଶହରା; କଣ ରହିଛି ଏଥରର ବିଶେଷତ୍ୱ

କଟକ: ଧରାବତରଣ କରି ସାରିଛନ୍ତି ମା’ ଦୁର୍ଗତିନାଶିନୀ। ଜମିଲାଣି ଉତ୍ସବ ଓ ଉତ୍ସାହର ପଟୁଆର। ପୂଜା ମଣ୍ଡପକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଆଖି ପାଉନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜ୍ଜା ଉଲ୍ଲସିତ ହେଉଛି ତନ ଓ ମନ। ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାପାଉଥିବା ବେଳେ ରାସ୍ତାଘାଟ ଆଲୁଅରେ ବିଛେଇ ହୋଇ ପଡିଛି ।

ଉତ୍କଳର ପୁରୁଣା ରାଜଧାନୀ କଟକର ଦଶହରା ପ୍ରସିଦ୍ଧ ଅଟେ । ଏଥର ଦଶହରାରେ ୧୬୪ଟି ମଣ୍ଡପରେ ମା ଦୁର୍ଗାଙ୍କ ସମେତ ହରପାର୍ବତୀଙ୍କୁ ଆବାହନ କରାଯିବ । କଟକ ଚୌଧୁରୀ ବଜାର ପ୍ରତିବର୍ଷ ଭଳି ଏଥର ମାଙ୍କ ସୁନା ମେଢ ,ଚାଉଳିଆ ଗଞ୍ଜ ପୂଜା ମଣ୍ଡପ ମାଙ୍କ ସୁନା ମୁକୁଟ ପ୍ରସ୍ତୁତି କରିଛି ।

ଚଳିତ ବର୍ଷ କଟକରେ ୨୮ଟି ଚାନ୍ଦି ମେଢ ତିଆରି ହୋଇଛି । ତେବେ ଖାନନଗର ପୂଜା କମିଟିର ପକ୍ଷରୁ ବାଉଁଶ ଓ କାଠରେ ତାମିଲନାଡୁର ରଙ୍ଗନାଥ ସ୍ବାମୀ ମନ୍ଦିର ଢାଞ୍ଚାରେ ତୋରଣ , ସେଖ ବଜାର ପୂଜା କମିଟି ପକ୍ଷରୁ ଲାଇଟ୍‌ ତୋରଣରେ ସର୍ଜିକାଲ ଷ୍ଟାଇକ୍‌ ଓ ଚନ୍ଦ୍ରଯାନ ନିର୍ମାଣ ହୋଇଛି । ବାଦାମବାଡିଠାରେ ଚଳିତ ବର୍ଷ ରାଜସ୍ଥାନର ରାଣୀ ପ୍ୟାଲେସ ସଦୃଶ ତୋରଣ ନିର୍ମାଣ କରାଯାଇଛି ।

ଅନ୍ୟପଟେ ଦୁର୍ଗାପୂଜା ପାଇଁ ବିଶ୍ୱ ପ୍ରସିଦ୍ଧି ଲାଭ କରିଥିବା କୋଲକାତାର ଦୁର୍ଗାପୂଜାର ଏଥରର ବିଶେଷ ଆକର୍ଷଣ ରହିଛି ୨୦ କୋଟି ଟଙ୍କା ବିନିମୟରେ ନିର୍ମିତ ସୁନାର ଦୁର୍ଗା ମୂର୍ତ୍ତି, ଯହାର ଓଜନ ରହିଛି ୫୦କେଜି । କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର ଦୁର୍ଗାପୂଜା ସମିତି ଏହି ବିରାଟ ଆୟୋଜନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ତଳେ ୨୨ କେଜି ଓଜନର ସୁନା ମୂର୍ତ୍ତି ନିର୍ମାଣ କରି ଏହି ପୂଜା କମିଟି ଚର୍ଚ୍ଚାକୁ ଆସିଥିଲେ । କେବଳ ମୂର୍ତ୍ତି ନୁହେଁ ପେଣ୍ଡାଲ ନିର୍ମାଣରେ ମଧ୍ୟ ସୁନା ବ୍ୟବହାର କରାଯାଇଛି ।

Leave A Reply

Your email address will not be published.