Latest Odisha News

ଅଭବାନୀୟ ଘଟଣା, ଚାଷୀଙ୍କୁ ଦଳି ମାରିଦେଲା ହାତୀ

ବଲାଙ୍ଗୀର: ବଲାଙ୍ଗୀର ଲୋଇସିଙ୍ଗାର ଭାଲୁପାଲି ଗାଁରେ ଅଭାବନୀୟ ଘଟଣା । ଜଣେ ଚାଷୀଙ୍କୁ ଏକ ହାତୀ ଦଳି ମାରିଦେଇଥିବା ସୂଚନା ମିଳିଛି । ମୃତ ଚାଷୀଜଣକ ଭାଲୁପାଲି ଗାଁର ଗୋପାଳ ପୋଢ଼ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଲୋଇସିଙ୍ଗା ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ପ୍ରାୟ ୪ରୁ ୫ଦିନ ହେବ ହାତୀପଲ ଆସି ଧାନଫସଲ ନଷ୍ଟ କରୁଛନ୍ତି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ଆଜି ସକାଳୁ ଗୋପାଳ ଧାନ ଅମଳ ପାଇଁ ଚାଷ ଜମିକୁ ଯାଇଥିଲେ ।

ହଠାତ୍ ହାତୀପଲ ଆସି ଗୋପାଳଙ୍କ ଉପରେ ଆକ୍ରମଣ କରିଥିଲେ । ହାତୀ ଦଳି ଦେବାକୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସହ ଥିବା ଅନ୍ୟ କେତେଜଣ ଚାଷୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

Comments are closed.