Latest Odisha News

BREAKING NEWS

ଦୁଇ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଢେଙ୍କାନାଳ: ମହୁଲ ଗୋଟାଇବାକୁ  ଯାଇଥିବା ବେଳେ ଗୋଡ଼ାଇ ଧରିଲା ହାତୀ। ଶୁଣ୍ଢରେ କଚାଡ଼ି କଚାଡ଼ି ଦୁଇ ମହିଳାଙ୍କୁ ମାରିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ।

ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦୁଇ ଜଣ ହେଲେ ମଙ୍ଗୁଳୁ ସାମଲଙ୍କ ସ୍ତ୍ରୀ ପୁଟି ବେୱା ଓ ନବକିଶୋର ମାଝୀଙ୍କ ସ୍ତ୍ରୀ ଅଗରୀ ମାଝୀ।

ପୁଟି ଓ ଅଗରୀ ସକାଳୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ଦନ୍ତା ହାତୀ ସେମାନଙ୍କୁ ଗୋଡ଼ାଇ ଶୁଣ୍ଢରେ ଟେକି ନେଇଥିଲା। ଦୁଇ ମହିଳାଙ୍କୁ ବାରମ୍ବାର ବାରମ୍ବାର ତଳେ କଚାଡ଼ି ହତ୍ୟା କରିଥିଲା।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରତିବାଦରେ ଗ୍ରାମବାସୀମାନେ ପୁରୁଣା କଟକ- ସମ୍ବଲପୁର ରାସ୍ତାର ଦୁଦୁରକୋଟ ତାରିଣୀ ଛକରେ ଟାୟାର ଜଳି ରାସ୍ତା ଅବରୋଧ କରିଛନ୍ତି।

Leave A Reply

Your email address will not be published.