ରାଇରଙ୍ଗପୁର: ଶାଗ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ଭିତରେ ଜଣେ ନାବାଳିକା ଅଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ରେଞ୍ଜ ଅନ୍ତର୍ଗତ ଟୁଙ୍ଗରୁ ଜଙ୍ଗଲରେ ଏହି ଘଟଣା ଘଟିଛି ।
ମୃତକମାନେ ହେଲେ ବିଶୋଇ ବ୍ଲକ ଦୁଧିକୁଣ୍ଡି ଗାଁରେ କାନ୍ଦରି ମୁର୍ମୁ ଓ ନାବାଳିକା ମେଘନା ବିନ୍ଧାଣୀ । ଆହତ ମହିଳାଙ୍କ ନାଁ ଧାନ ବିନ୍ଧାଣୀ । ଆଜି ସକାଳେ ଏମାନେ ଟୁଙ୍ଗୁରୁ ଜଙ୍ଗଲକୁ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ । ଗୁରୁତର ମହିଳାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Comments are closed.