ଭୁବନେଶ୍ୱର: ହାତୀ ଗତିବିଧି ଦେଖାଯିବା ସମୟରେ ସୁରକ୍ଷାକୁ ନଜରରେ ରଖି ଦକ୍ଷିଣ ପୂର୍ବ ରେଳବାଇ (SER) ରବିବାରଠାରୁ ଆସନ୍ତା ତିନି ଦିନ ପାଇଁ ଚକ୍ରଧରପୁର ଡିଭିଜନରେ ଅଧ ଡଜନରୁ ଅଧିକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି।
ତେବେ ଚକ୍ରଧରପୁର (ପଶ୍ଚିମ ସିଂହଭୂମି, ଝାଡ଼ଖଣ୍ଡ) ରୁ ଝାରସୁଗୁଡା (ଓଡିଶା) ସେକ୍ସନରେ ରେଳ ଟ୍ରାକ ନିକଟରେ ରାତ୍ରି ସମୟରେ ବାରମ୍ବାର ହାତୀ ପଲ ଦେଖା ଯାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନର ବରିଷ୍ଠ ବାଣିଜ୍ୟିକ ପରିଚାଳକ ଆଦିତ୍ୟ ଚୌଧୁରୀ କହିଛନ୍ତି। ଦୁର୍ଘଟଣାକୁ ରୋକିବା ପାଇଁ ମଧ୍ୟ ଟ୍ରେନ ଗୁଡ଼ିକୁ କମ ଗତିରେ ପରିଚାଳିତ କରାଯାଉଛି। ଯାହା ଫଳରେ ଟ୍ରେନ ଗୁଡ଼ିକ ବିଳମ୍ବ ହେଉଥିବା ନେଇ ସେ କହିଛନ୍ତି। ତେବେ ଡିସେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନେକ MEMU ଏବଂ ଯାତ୍ରୀ ସେବା ସମ୍ପୂର୍ଣ୍ଣ ବାତିଲ ରହିବା ନେଇ ସୂଚନା ଦିଆଯାଇଛି।
ବାତିଲ ଟ୍ରେନଗୁଡ଼ିକ ମଧ୍ୟରେ :-
– ୬୮୦୨୫/୬୮୦୨୬(Ckp-Rou-Ckp)
– ୬୮୦୪୩/୬୮୦୪୪ (ଟାଟା-Rou-Tata)
– ୧୮୧୭୫/୧୮୧୭୬(HTE-JSG-HTE)
– ୬୮୦୨୯/୬୮୦୩୦ (Rou-Jsg-Rou)
– ୫୮୧୫୧/୫୮୧୫୨ (Brmp-Bxf-Brmp) PASS
–୬୮୧୨୫/୬୮୧୨୬ (ଟାଟା-Bbn-Tata) MEMU
– ୬୮୦୧୯/୬୮୦୨୦ (ଟାଟା-ଗୁଆ-Tata) ମେମୁ
–୬୮୦୧୦/୬୮୦୦୯/୬୮୦୦୬ (Ckp-Tata-Kgp-Ckp) ମେମୁ ଆଦି ଟ୍ରେନ ଅନ୍ତର୍ଭୁକ୍ତ ରହିଛି।