Latest Odisha News

ହାତୀ ଖେଳୁଛି କ୍ରିକେଟ୍‌; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ହାତୀ ଖେଳୁଛି କ୍ରିକେଟ୍‌! ତେବେ ହାତୀ କ୍ରିକେଟ୍‌ ଖେଳୁଥିବାର ଦୃଶ୍ୟ ଆପଣ କେବେ ଦେଖିଛନ୍ତି କି? ଏକ ପୁରୁଷ ଗୋଷ୍ଠୀଙ୍କ ସହ ହାତୀ କ୍ରିକେଟ୍‌ ଖେଳୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

୩୦ ସେକେଣ୍ଡର ଏହି ଭିଡିଓ ଗାନୁପ୍ରେମ ନାମକ ଏକ ଆକାଉଣ୍ଟ ଦ୍ୱାରା ଟ୍ୱିଟରରେ ପୋଷ୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ଏହି ଭିଡିକୁ ୬ ଲକ୍ଷ ଥର ଦେଖାଯାଇଛି।

ଏହି କ୍ଲିପ୍‌ରେ ହାତୀଟି ଶୁଣ୍ଢରେ ଏକ ବାଡି ଧରି ଏକ ଗାଁରେ ପୁରୁଷ ଗୋଷ୍ଠୀଙ୍କ ସହ କ୍ରିକେଟ୍ ଖେଳୁଥିବାର ନଜର ଆସିଛି।

ହଜାର ହଜାର ଲାଇକ୍ ଏବଂ ରିଟ୍ୱିଟ ସଂଗ୍ରହ କରି ଏହି ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା। ଅନେକ ଉପଭୋକ୍ତା ହାତୀକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡିଓ,

Comments are closed.