ଲଣ୍ଡନ: ବିଶ୍ୱ ପରିବେଶ ଏବଂ ପ୍ରାଣୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୱାର୍ଲ୍ଡ ୱାଇଡ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ) ଚେତାଇ ଦେଇଛି ଯେ, ଡାଇନୋସର ପରି ଧରାପୃଷ୍ଠରୁ ଅନେକଗୁଡିଏ ଜୀବ ଲୋପ ପାଇବାକୁ ଯାଉଛନ୍ତି । ଏହା ମଧ୍ୟରେ ହାତୀ,ଧଳା ଭାଲୁ, ବେଙ୍ଗ ଓ ଶାର୍କ ପରି କେତେକ ପ୍ରଜାତିର ମାଛ ରହିଛନ୍ତି । ଆଗାମୀ ଏକ ଦଶନ୍ଧି ମଧ୍ୟରେ ୧୦ ଲକ୍ଷ ଜୀବ ବିଲୁପ୍ତ ହୋଇଯିବେ । ବର୍ତମାନ ଥିବା ପ୍ରାୟତଃ ୧୪୨,୫୦୦ ପ୍ରଜାତି ମଧ୍ୟରୁ ୪୦ ହଜାର ପ୍ରଜାତି ରେଡ ଲିଷ୍ଟରେ ରହିଛନ୍ତି ।
ସେହିପରି ଗ୍ଲୋବାଲ ୱାର୍ମିଂ ଯୋଗୁ ୨୦୩୫ ମଧ୍ୟରେ ଆଟାଂକ୍ରଟିକା ଅଂଚଳରେ ସମସ୍ତ ବରଫ ତରଳିଯିବ । ତେବେ ଏ ସବୁ ସତ୍ୱେ ବର୍ତମାନ ବିଶ୍ୱର ଅଧିକାଂଶ ଦେଶ ଏବଂ ମାନବ ସମାଜ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି, ଯାହା କି ଖୁସିର କଥା ବୋଲି ଉକ୍ତ ସଂସ୍ଥା କହିଛି ।
Comments are closed.