Latest Odisha News

BREAKING NEWS

ନୂଆବର୍ଷ ଭେଟି: ନିୟମିତ ହେଲେ ରାଜ୍ୟର ୮ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ସରକାର ଶିକ୍ଷକଙ୍କୁ ଭେଟି ପରେ ଭେଟି ଦେଉଛନ୍ତି । ଗତକାଲି ନୂଆ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଓ କଲେଜର ଶିକ୍ଷକ ଏବଂ ଅଧ୍ୟାପକଙ୍କୁ ସପତ୍ମ ବେତନ କମିଶନରେ ଦରମା ଦେବାକୁ ରାଜ୍ୟ କ୍ୟାବିନେଟ୍ ପ୍ରସ୍ତାବରେ ମୋହର ମାରିଥିଲା । ଆଜି ୮ହଜାର ୧୦୨ ଜଣ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେ କହିଛନ୍ତି, ୨୦୧୫ ଜାନୁଆରୀରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛି । ୬ ବର୍ଷ ୧୧ ମାସ ପରେ ସେମାନଙ୍କୁ ନିୟମିତ କରାଯାଇଛି । ଏହା ଭିତରେ ୪୦ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି ।

୨୦୨୨ ବର୍ଷ ଲାଗି ଗଣଶିକ୍ଷା ବିଭାଗର ଯୋଜନା ସଂପର୍କରେ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ଅନ୍ୟସବୁ ବ୍ଲକରେ ଏବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଚଳିତବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରାଯିବ । ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯିବ ଓ ଫାଇଭ-ଟି ଅଧୀନରେ ଅଣାଯିବ ।

ଗଣଶିକ୍ଷ ମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞାପନ । ଆଦର୍ଶ ବିଦ୍ୟାଳୟରେ ୧୭୦୦ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ୟ୍ୟନ୍ତ ଶିକ୍ଷାକୁ କିଭଳି ଗୁରତ୍ୱ ଦିଆଯିବା ଉପରେ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ପ୍ରକାଶ କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave A Reply

Your email address will not be published.