Latest Odisha News

BREAKING NEWS

ଜଙ୍ଗଲରୁ ମିଳିଲା ହାତୀ କଙ୍କାଳ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅନୁଗୁଳ: ପୁଣି ହାତୀ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ହାତୀର କଙ୍କାଳ ଠାବ ହୋଇଛି । ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରୁ ଏକ ହାତୀର କଙ୍କାଳ ମିଳିଛି । ହାତୀ କଙ୍କଳା ପଡ଼ିଥିବା ଦେଖିଥିଲେ ୱାଚର । ଏନେଇ ୱାଚର ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ ।

ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରାଥମିକ ତଦନ୍ତରୁ  ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ସବିଶେଷ ତଥ୍ୟ ଓ ହାତୀ  ମୃତ୍ୟୁର କାରଣ ଜାଣିବା ପାଇଁ ହାତୀର ହାଡ଼ ସଂଗ୍ରହ କରି ଓୟୁଏଟିକୁ ପଠାଯାଇଛି ।

Leave A Reply

Your email address will not be published.