Latest Odisha News

BREAKING NEWS

‘ସଂସଦ ଭବନର ‘ସିଂହ’ ହିଂସ୍ର ଦେଖାଯାଉନି, ଏହା ବ୍ୟକ୍ତିଗତ ଦୃଷ୍ଚିକୋଣ ଉପରେ ନିର୍ଭର କରେ’

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉପରେ ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭରେ ଥିବା ସିଂହ ହିଂସ୍ର ଦେଖାଯାଉନି, କି ଏହା କୌଣସି ଆଇନ ଉଲ୍ଲଂଘନ କରୁନାହିଁ। ଏହା ସହିତ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ବୋଲି ଉଠିଥିବା ଦାବି ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଆଉ ଆବେଦନକୁ ଖାରଜ କରି କହିଛନ୍ତି ଯେ ଯିଏ ଏପରି ପ୍ରଶ୍ନ ଉଠାଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ। ଅର୍ଥାତ କିଏ କେମିତି ନଜରରେ ଦେଖୁଛନ୍ତି।

କେନ୍ଦ୍ର ସରକାରଙ୍କ ଭିଷ୍ଟା ପ୍ରକଳ୍ପର ଏକ ଅଂଶ ଭାବରେ ନୂଆ ସଂସଦ ଭବନରେ ଜାତୀୟ ସିଂହ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାକୁ ନେଇ ରାଜନୈତିକ ଦଳରୁ ମଧ୍ୟ ପ୍ରଶ୍ନ ଉଠିଥିଲା।

ଆବେଦନକାରୀମାନେ ଦାବି କରିଥିଲେ ଯେ ଦେଶର ପ୍ରତୀକ ଅଶୋକ ସ୍ତମ୍ଭ। ଏହି ନବ ନିର୍ମିତ ଅଶୋକ ସ୍ତମ୍ଭ କେନ୍ଦ୍ର ସରକାରଙ୍କ ଅଧିନିୟମ, 2005 ଅନୁଯାୟୀ ଅନୁମୋଦିତ ଜାତୀୟ ପ୍ରତୀକର ଡିଜାଇନର ବିରୁଦ୍ଧ। ତେବେ ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ଆବେଦନକୁ ଖାରଜ କରିଦେଇଛନ୍ତି।

ଜାତୀୟ ପ୍ରତୀକର ଅନୁମୋଦିତ ଡିଜାଇନରେ କୈଣସି ନୂଆ କରି କିଛି କରାଯାଇପାରିବ ନାହିଁ। ଏଥିସହ ଦେଶର ପ୍ରତିିକ ଅଶୋକ ସ୍ତମ୍ଭରେ ‘ସତ୍ୟମେବ ଜୟତେ’ର ଲୋଗୋ ନାହିଁ। ତେବେ ଏହି ପ୍ରତିମା ନିର୍ମାଣରେ କୌଣସି ଆଇନ ଉଲ୍ଲଂଘନ କରାଯାଇ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଆବେଦନକାରୀ କହିଥିଲେ, ପ୍ରତୀକରେ ଥିବା ସିଂହମାନେ ଭୟଙ୍କର ଏବଂ ଆକ୍ରମଣାତ୍ମକ ଦେଖାଯାଉଛନ୍ତି। ଯାହାର ପାଟି ଖୋଲା ଏବଂ ଦାନ୍ତ ଦେଖା ହେଉଛି। ହେଲେ ସାରନାଥରେ ମୂର୍ତ୍ତିର ସିଂହମାନେ ଶାନ୍ତ ଦେଖାଯାନ୍ତି। ଚାରି ସିଂହ ବୁଦ୍ଧଙ୍କ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରନ୍ତି। ଆବେଦନ ଅନୁଯାୟୀ, ଏହା କେବଳ ଏକ ଡିଜାଇନ୍ ନୁହେଁ, ଏହାର ନିଜସ୍ୱ ସାଂସ୍କୃତିକ ମହତ୍ତ୍ୱ ରହିଛି। ତେବେ ସିଂହ ଭୟଙ୍କର ଦେଖାଯିବା ଆବେଦନକାରୀଙ୍କ ନିଜସ୍ବ ଦୃଷ୍ଟିକୋଣ ବୋଲି କୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, 1950 ମସିହା ଜାନୁଆରୀ 26ରେ ଦେଶର ତଥା ଗଣତନ୍ତ୍ରର ପ୍ରତୀକ ଭାବେ ଅଶୋକ ସ୍ତମ୍ଭ ଏବଂ କଏନ ଏବଂ ମୁଦ୍ରାରେ ଅଶୋକ ସ୍ତମ୍ଭକୁ ସ୍ଥାନିତ କରାଯାଇଥିଲ।

Leave A Reply

Your email address will not be published.