Latest Odisha News

BREAKING NEWS

ସହର ମୁହାଁ ଗଜରାଜ

ମୟୂରଭଞ୍ଜ : ସହର ଆଡକୁ ମାଡି ଆସୁଛନ୍ତି ହାତୀ । ବାରିପଦା ସହରରେ ଏବେ ହାତୀ ଆତଙ୍କ ଦେଖାଦେଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭିତ ଅବସ୍ଥାରେ ରହୁଛନ୍ତି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ହାତୀ ଖୁମାଖୁଣ୍ଟ ବ୍ଲକ ଅଧିନ ମହୁଳିଆ ସଂଗ୍ରଖିତ ଜଙ୍ଗଲରୁ ବାରିପଦା ସହର ନହରପଦା ଅଞ୍ଚଳରେ ପ୍ରବେଶ କରିଥିଲା ।

ପରେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଁଚି ହାତୀ ଉପରେ ନଜର ରଖିବା ସହ ହାତୀକୁ ଜନବସତି ଠାରୁ ଘଉଡାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ହାତୀଟିର ସୁରକ୍ଷା ଦୃଷ୍ଟିରୁ ଛାଞ୍ଚ ଷ୍ଟେକଚର ରୁ ରୁରାଲ ଓ ମଧୂବନ ଅଞ୍ଚଳ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.