Latest Odisha News

BREAKING NEWS

ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା

ପୁରୀ: ଶହଶହ ଶାମୁକାରେ ମୋଦିଙ୍କୁୁ ଜନ୍ମ ଦିନ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶାମୁକାରେ ମୋଦିଙ୍କ ବାଲୁକାକଳା ଗଢ଼ିଛନ୍ତି । ପୁରୀ ସୁବର୍ଣ୍ଣ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି । ନିଖୁଣ କଳାକୃତିରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ।

ଶହଶହ ସାମୁଦ୍ରିକ ଶାମୁକାରେ ଟନଟନ ବାଲିରେ ଗଢିଥିବା ଏହି ବାଲୁକା କୃତିଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଟୁଇଟରରେ ଲେଖିଛନ୍ତି, ଓଡ଼ିଶାର ପୁରୀ ବେଳାଭୂମିରେ ମୋର ବାଲୁକା କଳାରେ ଶାମୁକା ବ୍ୟବହାର କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛି ।

ଭାରତମାତାର ସେବା କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ଦେଇ ଆଶୀର୍ବାଦ କରନ୍ତୁ ।

Leave A Reply

Your email address will not be published.