Latest Odisha News

BREAKING NEWS

ବୃଦ୍ଧି ପାଉଛି ହାତୀ ଆକ୍ରମଣ ଘଟଣା: ସପ୍ତାହ ମଧ୍ୟରେ ଗଣାଲି ୫ ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସକାଳୁ ଆମ୍ବ ଗୋଟାଇବାକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଛି। ଫଳରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ସେକସନ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ହାତୀ ଆକ୍ରମଣରେ ଚନ୍ଦନପୁର ଗ୍ରାମର ଭୋଳେଶ୍ୱର ପ୍ରଧାନ (୬୫) ଏକ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ଆମ୍ବ ବଗିଚାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଆମ୍ବ ବଗିଚା ନିକଟରେ ଥିବା ଅନ୍ୟ ଗ୍ରାମବାସୀ ସଙ୍ଗେ ସଙ୍ଗେ ଘଟଣା ବିଷୟରେ ଜାଣି ପରିବାର ଲୋକ ଏବଂ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ଭୋଳେଶ୍ୱରଙ୍କୁ ମୃତ ଅବସ୍ଥାରେ ଦେଖି କରତପଟା ଏବଂ ପୁରୁଣାଗଡ ରାସ୍ତାକୁ ଅବରୋଧ କରି ବସିଥିଲେ। ଖବର ପାଇ ବନ ବିଭାଗ ଏବଂ ପୋଲିସ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ଲୋକ ଓହରିଥିଲେ।

ଅନ୍ୟପଟେ ମଧୁପୁର ଗାଁର ଧୁଳିଆ ଦେହୁରୀ ନାମକ ଜଣେ ଵୃଦ୍ଧ ମଧ୍ୟ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ଅନୁଗୁଳ ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହେଲାଣି।

Leave A Reply

Your email address will not be published.