Latest Odisha News

ଗାଁ ରେ ଉତ୍ପାତ କରୁଛନ୍ତି ୨୬ ଟିକିଆ ହାତୀପଲ,ଭାଙ୍ଗିଲେ ଘରଦ୍ୱାରା

କେନ୍ଦୁଝର : କେନ୍ଦୁଝରରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି ।ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ଗାଁ ରେ ଉତ୍ପାତ କରୁଛନ୍ତି ।

ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଧନ ଫସଲ ନଷ୍ଟ କରିବା ସହ ମୁଗ ବିରି ସବୁ ଖାଇଯାଉଛନ୍ତି । ଫଳରେ ତୁମୁୁରିଆ , ମଙ୍ଗପୁର ଅଞ୍ଚଳରେ ଲୋକମାନଙ୍କ ଘରଦ୍ୱାର ସବୁ ଭାଙ୍ଗି ଦେଉଛନ୍ତି ହାତୀପଲ । ହେଲେ ଏଥିରେ କେହି ଲୋକ ମୃତାହତ ହୋଇନାହିଁନ୍ତି ।

ଗାଁ ଲୋକ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ସେପଟେ ହାତୀ ନଷ୍ଠ କରିଥିବା ସମ୍ପତିର ମୂଲ୍ୟ ସରକାର ଯଥା ଶୀଘ୍ର ପୈଠ କରବାକୁ ଦାବି କରିଛନ୍ତି ଗ୍ରାମବାସୀ ମାନେ ।

Comments are closed.