Latest Odisha News

BREAKING NEWS

କେନ୍ଦୁଝର: ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କଦମଡ଼ିହିଠାରେ ହାତୀ ଆକ୍ରମଣରେ ସୋମବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।

ହାତୀ ଆକ୍ରମଣରେ ମୃତକ ଜଣକ ବୁଧୁରାମ ମୁଣ୍ଡା ବୋଲି ଚିହ୍ନିତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ବୁଧୁରାମ ତାଙ୍କର ଧାନ ବିଲରେ କାମ କରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ଏହି ଘଟଣା ସମ୍ପର୍କରେ ଖବରପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଏସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।

ଏହିପରି ଏକ ହାତୀ ଆକ୍ରମଣ ଘଟଣା ଗତ ନଭେମ୍ବର ୧୬ ତାରିଖରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ବ୍ଲକର ପଲାସାହିରେ ଦେଖିବାକୁ ମିଳିଥିଲା । ହାତୀ ଆକ୍ରମଣ ଯୋଗୁଁ ଏଠାରେ ବାଉରୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

ମିଳିଥିବା ସୂଚନାନୁଯାୟୀ, ବ୍ୟକ୍ତି ଜଣକ ଧାନ କ୍ଷେତକୁ କାମ କରିବାକୁ ଯାଇଥିବା ବେଳେ ଘନ କୁହୁଡ଼ି ଯୋଗୁଁ କିଛି ଦିଶୁନଥିଲା । ଏହି ସମୟରେ ତାଙ୍କୁ ଏକ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।

ଖବରପାଇ ମହାବିରୋଦ ଜଙ୍ଗଲ ରେଞ୍ଜ ଅଫିସର ଘଟଣାସ୍ଥଳକୁ ଯାଇ ଏସମ୍ପର୍କରେ ଛାନଭିନ ଆରମ୍ଭ କରିଥିଲେ ।

ସେହିପରି ନଭେମ୍ବର ୭ ତାରିଖରେ କେନ୍ଦୁଝର ଜିଲ୍ଲା ରୁବିଣା ନିକଟସ୍ଥ ନିକଟରେ ହାତୀ ଆକ୍ରମଣ ଯୋଗୁଁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ବ୍ୟକ୍ତିଜଣକ ହେଲେ ବାଂଶପାଳ ବ୍ଲକ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମର ୬୦ ବର୍ଷ ବୟସ୍କ ହରିହର ନାୟକ ।

ସେ ଚମ୍ପୁଆ ଜଙ୍ଗଲ ରେଞ୍ଜ ନିକଟବର୍ତ୍ତୀ ରୁବିଣା ନିକଟରେ ଦିନ ପ୍ରାୟ ୪.୩୦ ସମୟରେ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ସେତେବେଳେ ଦୀର୍ଘ ସମୟଧରି ଅନେକ ହାତୀ ମୃତଦେହ ନିକଟରେ ରହିଥିବାରୁ ତାଙ୍କ ମୃତଦେହ ତୁରନ୍ତ ଉଦ୍ଧାର କରାଯାଇ ପାରିନଥିଲା ।

ସେହିପରି ନଭେମ୍ବର ୫ ତାରିଖରେ ଢେଙ୍କାନାଳ ଜିଲ୍ଲାର ପାଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣ ଯୋଗୁଁ ଜଣେ ଛାତ୍ରୀଙ୍କ ସମେତ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.