Latest Odisha News

BREAKING NEWS

ପାରାଦୀପର ‘ଏସାର ଷ୍ଟିଲ’ ବେଲ୍ଟ ଲାଇନ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରାଦୀପ : ପାରାଦୀପ ଅନ୍ତର୍ଗତ ଇଫକୋ ଛକ ନିକଟସ୍ଥ ଏସାର ଷ୍ଟିଲ କାରଖାନା ବେଲ୍ଟ ଲାଇନ ତଳୁ ମଙ୍ଗଳବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଅନ୍ୟପକ୍ଷରେ ମୃତ ଯୁବକ ଜଣଙ୍କ ନାମ ଅଜୟ ଏବଂ ସେ ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମର ବୀରକିଶୋର ପଲ୍ଲେଇଙ୍କ ପୁଅ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଅଜୟ ସେମାବାର ସନ୍ଧ୍ୟାରେ ଘରୁ ପାରାଦୀପ ଆସିଥିଲେ ମଧ୍ୟ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ଅନ୍ୟପକ୍ଷରେ ତାଙ୍କର ମୃତ ଦେହ ବେଲ୍ଟ ଲାଇନ ତଳେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଆହୁରି ମଧ୍ୟ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଛି।

ପୋଲିସ ସୁତ୍ରରୁ ଜଣାପଡିଛି ଯେ ଘଟଣାସ୍ଥଳରେ ମୃତଦେହର ହାତ ଭାଙ୍ଗିଥିବା ଜଣା ପଡୁଥିବା ବେଳେ ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ପାରିପାର୍ଶ୍ବିକ ଅବସ୍ଥାରୁ ସନ୍ଦେହ ପ୍ରକାଶ କରାଯାଉଥିବା

Leave A Reply

Your email address will not be published.