Latest Odisha News

BREAKING NEWS

ବନ ବିଭାଗ ପଞ୍ଝାରେ ବ୍ୟବସାୟୀ,୨ଟି ହାତୀ ଦାନ୍ତ ଜବତ

କେନ୍ଦୁଝର : କେନ୍ଦୁଝର ବନ ବିଭାଗକୁ ସଫଳତା। ହାତୀ ଦାନ୍ତ ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡ଼ିଲେ ୨ ଅଭିଯୁକ୍ତ। ସେମାନଙ୍କ ଠାରୁ ୨ ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝର ସଦର ଥାନା ଆମ୍ବଡ଼ହରା ଗ୍ରାମର ଡାକ୍ତର ମୁଣ୍ଡା ଏବଂ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରୀପଶି ଥାନା ବାଣକାଟି ଗ୍ରାମର ଚିତ୍ତରଞ୍ଜନ ବୈଠା । ଏହି ହାତୀ ଦାନ୍ତର ଓଜନ ୭ .୧୯୫ କେଜି ହେବ ବୋଲି ଜଣା ପଡ଼ିଛି।

କେନ୍ଦୁଝର ଡିଏଫଓ ଧନରାଜ ଏଚ ଡି ଙ୍କ ସୂଚନା ମୁତାବକ କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢି ରେଞ୍ଜ ଅନ୍ତର୍ଗତ ଶୁଆକାଟି ବିଟ ର ଲୁଣଘର ଠାରେ ହାତୀଦାନ୍ତ ବ୍ୟବସାୟ ହେଉଥିବା ବନ ବିଭାଗକୁ ୩ ଦିନ ପୂର୍ବରୁ ଗୁଇନ୍ଦା ତଥ୍ୟ ମିଳିଥିଲା।ତଥ୍ୟ ଆଧାରରେ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିପି ଘନଶ୍ୟାମ ମହନ୍ତଙ୍କ ନେତ୍ୱତ୍ୱରେ ମଙ୍ଗଳବାର ଲୁଣଘର ଠାରେ ମିଳିତ ଚଢଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲ ।

ଅଭିଯୁକ୍ତ ମାନଙ୍କୁ ପଚରା ଉଚରା ଚାଲିଛି ହାତୀଦାନ୍ତ ବ୍ୟବସାୟର ମାଷ୍ଟରମାଇଣ୍ଡ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରାଯିବ ବୋଲି ଡ଼ି ଏଫ ଓ କହିଛନ୍ତି । ଏହି ଚଢ଼ାଉରେ ଅନ୍ୟମାଙ୍କ ମଧ୍ୟରେ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜର ମାନସ ମୂର୍ମୁ ଙ୍କ ସମେତ ଚାମ୍ପୁଆ ରେଞ୍ଜ,ଘଟଗାଁ ରେଞ୍ଜ,ତେଲକୋଇ ରେଞ୍ଜ ସଦର ରେଞ୍ଜ ର ଅଧିକାରୀ ମାନେ ସାମିଲ ଥିଲେ।

 

Leave A Reply

Your email address will not be published.