Latest Odisha News

BREAKING NEWS

ପୁଣି ହାତୀ ଆତଙ୍କ

ମୁନିଗୁଡା : ପୁଣି ମାତିଲା ଦନ୍ତା । ମୁନିଗୁଡା ରେଞ୍ଜରେ ହାତୀ ଆତଙ୍କ । ମୁନିଗୁଡାର ରାଜୁଲଗୁଡା ଓ ଗଣ୍ଡାବାଡିରେ ହାତୀ ପଶି ଆତଙ୍କ ଖେଳାଇଛନ୍ତି । ଘର ଦ୍ୱାର ଭାଙ୍ଗିବା ସହିତ ଫସଲ ସବୁ ନଷ୍ଟ କରିପକାଉଛନ୍ତି । ଗାଁରେ ପଶି ଚାଷ ବାସ ସହିତ ବାଡି ବଗିଚାରେ ଗଛ ସବୁ ନଷ୍ଟ କରିପକାଇଛନ୍ତି । ହାତୀ ପଲ ଦିନରେ ନିୟମଗିରି ପାହାଡରେ ରହୁଥିବା ବେଳ ସଂଧ୍ୟା ହେଲେ ଗାଁରେ ଆତଙ୍କ ଖେଳାଉଛନ୍ତି । ଏହି ହାତୀ ଦଳରେ ୧୩ଟି ହାତୀ ରହିଛନ୍ତି ।

ଗାଁରେ ହାତୀ ଆତଙ୍କ ଖେଳାଉଥିବା ନେଇ ଅଭିଯୋଗ ହୋଇଛି । ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କ ଉପରେ ନଜର ରଖିଛନ୍ତି । ଖୁବଶିଘ୍ର ହାତୀ ପଲ ଘଉଡାିବା ସହିତ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା କରାଯିବ ବୋଲି ମଳିଛି ପ୍ରତିଶ୍ରୁତି . . .।।

Leave A Reply

Your email address will not be published.