Latest Odisha News

BREAKING NEWS

ସଙ୍ଗଠନ ଛାଡିଲେ ମାଓ ଦମ୍ପତି

ମାଲକାନଗିରି: ନିର୍ଯାତନା ସହିନପାରି ମାଓ ସଙ୍ଗଠନ ଛାଡିଲେ ଦମ୍ପତି । ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସଙ୍ଗଠନରେ ହେଉଥିବା ନିର୍ଯାତନା ସହିନପାରି ସଙ୍ଗଠନ ଛାଡିଥିବା କହିଥିଲେ ଦମ୍ପତି । ଏମାନେ ହେଲେ କୋରସା ଲାଚୁ ଏବଂ ପତ୍ନୀ କୋରସା ଅନିତା । ଗତ୨୦୦୨ ମସିହାରେ ଏହି ଦମ୍ପତ୍ତି ମାଓ ସଂଗଠନରେ ସାମିଲ ହୋଇଥିଲେ

୨୦୦୮ ମସିହାରେ ଅନିତାକୁ ବିବାହ କରିଥିଲେ । ୨୦୧୯ରେ କୋରସା ଲାଚୁ ପଦନ୍ନୋତି ପାଇ ମିଲିସିଆ କମାଣ୍ଡର ବନିଥିଲେ । ବହୁ ମାଓ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି । ତେବେ ଦୀର୍ଘ ଦିନ ଧରି ମାଓ ସଙ୍ଗଠନରେ କାମ କରିବା ପରେ ମଧ୍ୟ ଏମାନଙ୍କୁ ସେପରି ବ୍ୟବହାର ପ୍ରଦର୍ଶନ କରାଯାଉନଥିଲା । ଯାହାଫଳରେ ସେମାନେ ମାଓ ଆଦର୍ଶ, ଜୀବନଶୈଳୀରେ ଅସନ୍ତୁଷ୍ଟ ହୋଇ ସଙ୍ଗଠନ ଛାଡିବା ପାଇଁ ସ୍ଥିର କରିଥିଲେ । ପୁଲିସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସମସ୍ତ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.