Latest Odisha News

BREAKING NEWS

ରାଜଧାନୀରେ ହାତୀ: ରାତିରେ ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ପଶି ଘର ଭଙ୍ଗିଲେ

ଭୁବନେଶ୍ୱର: ରାଜଧାନୀରେ ପଶିଲେ ହାତୀ । ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ସରସ୍ୱତୀ ବସ୍ତିରେ ହାତୀ ଆତଙ୍କ । ଗତକାଲି ରାତିରେ ୩ଟି ହାତୀ ସରସ୍ୱତୀ ବସ୍ତିରେ ପଶିଥିଲେ । ଲୋକଙ୍କ ଘର ଭାଙ୍ଗିଛନ୍ତି । ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଛୁଆ ହାତୀକୁ ନେବା ପାଇଁ ସରସ୍ୱତୀ ବସ୍ତିରେ ଦୁଇଟି ହାତୀ ପଶିଥିଲେ ।

BjdElectrycity

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ ଟିମ୍ । ୩ଟି ହାତୀକୁ ଚନ୍ଦକା ଜଙ୍ଗଲକୁ ଘଉଡାଇ ଦେଇଛନ୍ତି । ହାତୀଙ୍କ ଗର୍ଜନରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଥିଲେ । ହଠାତ୍ ରାତିରେ ଏମିତି ହାତୀ ପଶି ଆସିବା ପରେ ଭୟଭୀତ ହୋଇଥିଲେ ସରସ୍ୱତୀ ବସ୍ତିର ଲୋକ ।

Leave A Reply

Your email address will not be published.