Latest Odisha News

BREAKING NEWS

ଖୁବଶୀଘ୍ର ଜୟଦେବ ବିହାରରୁ ନନ୍ଦନକାନନ ଯୋଡି ହେବ ଫ୍ଲାଏ ଓଭର

ଭୁବନେଶ୍ବର: ସନ୍ଧ୍ୟା ହେଲେ କନ୍ଦାଏ ବାଣୀବିହାର ଠାରୁ ଜୟଦେବ ବିହାର ଦେଇ ପଟିଆ ରାସ୍ତା ।  ଭିଡ , ଗାଡି ଜାମ୍ ନକହିବା ଭଲ । ଘଣ୍ଟା ଘଣ୍ଟା ଧରି ଜାମରେ ହନ୍ତସନ୍ତ ହୁଅନ୍ତି ରାଜଧାନୀବାସୀ । ହେଲେ ଏବେ ସେମାନେ ସୁରୁଖୁରୁରେ ଘରେ ପହଞ୍ଚିବେ । କାରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାମ ।  ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର ପ୍ରକଳ୍ପକୁ ସରକାରଙ୍କ ଅନୁମତି ମିଳିସାରିଛି । ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ନୂତନ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ । ଫଳରେ ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନଙ୍କ ପାଇଁ ତଳକୁ ଓହ୍ଲାଇବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସବୁ ଦୃଷ୍ଟିକୁ ଆଖି ଆଗରେ ରଖି ଯୋଜନା କରାଯାଇଛି । ସେଠି ଯେଉଁ ରାସ୍ତା ତଳେ ଚାଲିଛି, ତାହା ଚାଲୁ ରହିବ । ଏଥିସହିତ ଏହା ଉପରେ ମଧ୍ୟ ୪ ଲେନର ରାସ୍ତା ନିର୍ମାଣ କରାଯିବ । ଯାହା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ହେବ । ଯାହାର କାମ ୨୦୨୭-୨୮ ସୁଦ୍ଧା ଶେଷ ହେବା ନେଇ ଆଶା ରଖିଥିବା କହିଛନ୍ତି ମନ୍ତ୍ରୀ ।

Comments are closed.