Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାକୁ ସୁବିଧାଜନକ ସ୍ଥିତିରେ ପଂହଚାଇଲେ ଏଲଗାର

ଜୋହାନ୍ସବର୍ଗ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ୩ୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସୁବିଧାଜନକ ସ୍ଥିତିରେ ପଂହଚିଛି । ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୧୮ ରନ କରିଛି । ଘରୋଇ ଦଳ ବିଜୟ ପାଇଁ ଆଉ ୧୨୨ ରନ ଆବଶ୍ୟକ କରୁଛି । ଡିନ ଏଲଗାର ୪୬ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନ କରି ଅଲଆଉଟ ହେବା ଫଳରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୪୦ ରନର ଟାର୍ଗେଟ ରହିଥିଲା । ଚେତେଶ୍ୱର ପୂଜାରା ୫୩, ଅଜିଙ୍କ୍ୟ ରାହାନେ ୫୮ ଓ ହନୁମା ବିହାରୀ ୪୦(ନଟଆଉଟ) ରନ କରିଥିଲେ ।

Leave A Reply

Your email address will not be published.