ଭୁବନେଶ୍ୱର:ଆଜି ଚାଷୀଙ୍କ ଆକାଉଣ୍ଟରେ ମିଳିବ କାଳିଆ ଯୋଜନାର କିସ୍ତି । ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ଡିବିଟି ଜରିଆରେ ବାଣ୍ଟିବେ ସରକାର । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ।
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ୫୩ଲକ୍ଷରୁ ଉର୍ଦ୍ଧ୍ଵ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ପରିବାରଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। #Odisha @KALIAforOdisha pic.twitter.com/naYfo9n45d
— CMO Odisha (@CMO_Odisha) February 12, 2021
ରାଜ୍ୟରେ ୫୩ ଲକ୍ଷରୁ ଉର୍ଦ୍ଧ୍ଵ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ସହାୟତା ରାଶି ପ୍ରଦାନ କରାଯିବ । ୨୦୧୯ ଜୁନ୍ ପରଠାରୁ ଚାଷୀଙ୍କୁ ମିଳି ନଥିଲା ‘କାଳିଆ’ ସହାୟତା ରାଶି । ଏହାକୁ ନେଇ ସରକାରଙ୍କ ସମାଲୋଚନା କରୁଥିଲେ ବିରୋଧୀ ।
Comments are closed.