Latest Odisha News

BREAKING NEWS

ପୁଣି ବାପା ହେଲେ ମସ୍କ; ଦାବି କଲେ ଜାପାନୀ ପପ୍ ଷ୍ଟାର

ନୂଆଦିଲ୍ଲୀ: ୪୭ତମ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ପରେ DOGE ଗଠନ ସତ୍ତ୍ୱେ ସେ ହ୍ୱାଇଟ୍ ହାଉସରେ ତାଙ୍କ ଭୂମିକାରୁ ଇସ୍ତଫା ଦେଇଥିଲେ।

ତେବେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ ବିବାଦୀୟ ଦାବି ପ୍ରକାଶ ପାଇଛି, ଯେଉଁଥିରେ ନିଶା ସେବନ, ଗୁପ୍ତ ସନ୍ତାନ ଏବଂ ମହିଳାଙ୍କୁ ଚୁପ୍ କରିବା ପାଇଁ ଟଙ୍କା ଦେବା ଭଳି ପ୍ରୟାସ ଅନ୍ତର୍ଭୁକ୍ତ।

ରିପୋର୍ଟରେ ଦାବି କରାଯାଇଛି ଯେ ମସ୍କଙ୍କର ଜଣେ ଜାପାନୀ ପପ୍ ଷ୍ଟାରଙ୍କ ସହିତ ଏକ ସନ୍ତାନ ମଧ୍ୟ ଅଛି, ଯାହାକୁ ସେ ଗୁପ୍ତ ରଖିଥିଲେ। ମସ୍କ ଆଶଲି ସେଣ୍ଟ କ୍ଲେୟାରଙ୍କୁ କହିଥିଲେ ଯେ ସେ ବିଶ୍ୱର ଅନେକ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, ଯେଉଁଥିରେ ଏହି ସନ୍ତାନ ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସେ ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କର ଶୁକ୍ରାଣୁ ଯେକୌଣସି ବ୍ୟକ୍ତିଙ୍କୁ ଦେବାକୁ ପ୍ରସ୍ତୁତ।

ଆଶଲି ସେଣ୍ଟ କ୍ଲେୟାର କହିଛନ୍ତି ଯେ ସେ ସେପ୍ଟେମ୍ବରରେ ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ। ମସ୍କ ପିଲା ଏବଂ ତାଙ୍କ ସହ ସମ୍ପର୍କକୁ ଲୁଚାଇବା ପାଇଁ ସିଗନାଲ ଆପ୍ ରେ ତାଙ୍କର ମେସେଜ୍ ପଠାଇଥିଲେ। ପରେ ମସ୍କ ଆଗୁଆ ୧୫ ମିଲିୟନ ଡଲାର ଏବଂ ପିଲାଟି ୨୧ ବର୍ଷ ନ ହେବା ପର୍ଯ୍ୟନ୍ତ ମାସିକ ୧୦୦,୦୦୦ ଡଲାର ପ୍ରଦାନ କରିଥିଲେ ଯାହା ଦ୍ୱାରା କଥା ଲୁଚି ରହିବ। କିନ୍ତୁ ଏହାକୁ ଆଶଲି ପ୍ରତ୍ୟାଖ୍ୟାନ କରି ମାମଲାକୁ କୋର୍ଟକୁ ନେଇଯାଇଥିଲେ।

 

Comments are closed.