Latest Odisha News

BREAKING NEWS

ଟ୍ୱିଟର ମାଲିକ ଓ ମେଟା ସିଇଓଙ୍କ ମଧ୍ୟରେ କଡ଼ା ଟକ୍କର, ମସ୍କଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କଲେ ଜୁକରବର୍ଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟ୍ୱିଟର ମାଲିକ ଏଲୋନ ମସ୍କ ଓ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର। ଏଲୋନ ମସ୍କ ‘କେଜ୍ ଫାଇଟ’ ପାଇଁ ମାର୍କ ଜୁକରବର୍ଗଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ମାର୍କ। ବୈଷୟିକ ଦୁନିଆରେ ଏଲୋନ୍ ମସ୍କ ଏବଂ ମାର୍କ ଜୁକରବର୍ଗ ଦୁଇଟି ବଡ଼ ନାମ, ଯାହାଙ୍କ ବିଷୟରେ ପ୍ରାୟ ସମସ୍ତେ ଶୁଣିଛନ୍ତି। ସେମାନେ ସର୍ବଦା ନିରନ୍ତର ଆଲୋଚନାର ଶୀର୍ଷରେ ରୁହନ୍ତି। ବର୍ତ୍ତମାନ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରକୃତ ଲଢେଇ ‘କେଜ୍ ଫାଇଟ’ ଆକାରରେ ଦେଖିବାକୁ ମିଳିବ। ଏଲୋନ ମସ୍କଙ୍କ ଟ୍ୱିଟକୁ ନିଜ ଷ୍ଟୋରୀରେ ପୋଷ୍ଟ କରି ମାର୍କ ଜୁକରବର୍ଗ ଲୋକେଶନ ପଠେଇବା ପାଇଁ କହିଛନ୍ତି।

ଇନଷ୍ଟାଗ୍ରାମ, ଫେସବୁକ ଏବଂ ହ୍ୱାଟସ୍ଆପ୍‌ର ପ୍ୟାରେଣ୍ଟ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ପୂର୍ବରୁ ଘୋଷଣା କରିଥିଲା ଯେ ମେଟା କମ୍ପାନୀ ପକ୍ଷରୁ ଟ୍ୱିଟର ଭଳି ଟେକ୍ସଟ-ଆଧାରିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରାଯାଇପାରିବ। ମେଟା ନିଜର ଏହି ନୂତନ ପ୍ଲାଟଫର୍ମର ନାଁ ‘ଥ୍ରେଡ୍‌ସ୍‌’ ରଖିବ। ଏହାର କୋଡନେମ ‘ପ୍ରୋଜେକ୍ଟ 92’ ସାମ୍ନାକୁ ଆସିଛି। ଏଲୋନ ମସ୍କ ଟ୍ୱିଟର କିଣିବା ପରଠାରୁ ମେଟା ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଛି।

ସୋସିଆଲ ମିଡିଆ ଇଣ୍ଡଷ୍ଟ୍ରିରେ ଏଲୋନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ଟକ୍କର ସମ୍ପର୍କିତ ଏକ ଟ୍ୱିଟ’ର ପ୍ରତିକ୍ରିୟାରେ ମସ୍କ ମେଟା ସିଇଓଙ୍କୁ ନେଇ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ‘ଯଦି ସେ ଚାହୁଁଛନ୍ତି ତେବେ ମୁଁ କେଜ୍ ଫାଇଟ ପାଇଁ ପ୍ରସ୍ତୁତ ଅଛି।’ ଏହି ଟ୍ୱିଟର ସ୍କ୍ରିନସଟ୍ ନେଇ ନିଜ ପେଜ୍‌ରେ ଲଗାଇ ମାର୍କ ରିପ୍ଲାଏରେ ଲେଖିଛନ୍ତି, ‘ସେଣ୍ଡ ମି ଲୋକେଶନ।’ ଏପରି ଭାବେ ମସ୍କଙ୍କ ଚ୍ୟାଲେଞ୍ଜଙ୍କୁ ସ୍ୱୀକାର କଲେ ମାର୍କ।

Comments are closed.