Latest Odisha News

ଆମ ହସ୍ପିଟାଲ ଦାବି: ବିକ୍ଷୋଭ କଲେ ଛେଣ୍ଡିପଦାର ୩୦ ଗାଁ ଲୋକେ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ୩୦ଟି ଗ୍ରାମରୁ ପ୍ରାୟ ୧୦ ହଜାରରୁ ଅଧିକ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଦେବଗଡ଼ ଛକଠାରୁ ଏକ ବିରାଟ ରାଲିରେ ଆସି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ଛେଣ୍ଡିପଦା ହସ୍ପିଟାଲଟି ଏହି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ ସିଏଚସି ଏବଂ ସଦର ମହକୁମାରେ ଅବସ୍ଥିତି ସତ୍ତ୍ୱେ ସ୍ଥାନୀୟ ବିଧୟକ ସୁଶାନ୍ତ କୁମାର ବେହେରା କିଛି ଅଫିସରଙ୍କୁ ଲଗେଇ ଯୋଜନାକୁ ତାଙ୍କ ନିଜ ଗ୍ରାମକୁ ସ୍ଥାନାନ୍ତର କରିଛନ୍ତି ବୋଲି ଆନ୍ଦଳନକାରୀମାନେ ଅଭିଯୋଗ କରିଛନ୍ତି।

ଆନ୍ଦୋଳନ ଆଜିକୁ ୧୯ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନଥିବାରୁ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ତୀବ୍ର ପ୍ରତିବାଦ କରାଯିବ ବୋଲି ସଭାପତି ଚନ୍ଦ୍ରମଣି ପ୍ରଧାନ କଡା ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନକୁ ବାଗଡିଆ, ଛେଣ୍ଡିପଦା ସମେତ ଆଖପାଖ ଅଞ୍ଚଳର ବଣିକ ସଂଘ ପକ୍ଷରୁ ସହଯୋଗ କରିବା ସହିତ ସବୁ ଦୋକାନ ବଜାର ବନ୍ଦ କରିଥିଲେ।

ଏହି ଆନ୍ଦୋଳନରେ ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲାପରିଷଦ ଯଶୋବନ୍ତ ପ୍ରସାଦ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ପ୍ରଧାନ ଓ ପୂର୍ବତନ ଜିଲ୍ଲାପରିଷଦ ଦିଲୀପ ବେହେରା ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.