Latest Odisha News

BREAKING NEWS

ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କ ଯୋଡ଼ି, ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ ଏଲନ ମସ୍କ

ୱାଶିଂଟନ: ଭାଙ୍ଗିଲା ଟ୍ରମ୍ପ-ଏଲନ୍ ମସ୍କଙ୍କ ଯୋଡ଼ି। ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଲେ କୋଟିପତି ବ୍ୟବସାୟୀ ଏଲନ ମସ୍କ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ନିଜେ ଏକ୍ସରେ ସୂଚନା ଦେଇଛନ୍ତି ଏଲନ୍ ମସ୍କ।

ଏଲନ ମସ୍କ ଟ୍ରମ୍ପ ସରକାରରେ DOGE ମୁଖ୍ୟ ପଦବୀରେ ଥିଲେ। ଏନେଇ ସେ କହିଛନ୍ତି ଯେ ଆମେରିକା ସରକାରଙ୍କ ଜଣେ ସ୍ୱତନ୍ତ୍ର କର୍ମଚାରୀ ଭାବରେ ମୋର କାର୍ଯ୍ୟକାଳ ଶେଷ ହୋଇଛି। DOGE ମିଶନ ସମୟ କ୍ରମେ ଶକ୍ତିଶାଳୀ ହେବାସହ ସରକାରରେ ଏକ “ଜୀବନଶୈଳୀ” ସାଜିବ। ନିକଟରେ ଟ୍ରମ୍ପଙ୍କ ବଜେଟ୍ ବିଲକୁ ସମାଲୋଚନା କରିଥିଲେ ଏଲନ୍ ମସ୍କ। ବଜେଟ୍ ବିଲକୁ ସମାଲୋଚନା କରିବା ପରେ ସେ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ କିଛି ସମୟ ଧରି ଏପରି ଅନୁମାନ କରାଯାଉଥିଲା ଯେ DOGE ର କାମ ଦେଖାଶୁଣା କରିବା ଯୋଗୁଁ ମସ୍କ ନିଜ ବ୍ୟବସାୟ ଉପରେ ଧ୍ୟାନ ଦେଇ ପାରୁନଥିଲେ। ଟ୍ରମ୍ପଙ୍କ ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ ଉପରେ ମସ୍କ ଖପ୍ପା ଥିଲେ, ଏହି କାରଣରୁ ସେ ଇସ୍ତାଫ ଦେଇଥିବା କୁହାଯାଉଛି।

ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପଛରେ ଏଲନ୍ ମସ୍କଙ୍କ ବଡ଼ ଭୂମିକା ରହିଥିବା ଚର୍ଚ୍ଚା ହେଉଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରମ୍ପଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ ଏଲନ୍। ବିଜୟ ପରେ ନିଜର ନିର୍ବାଚନୀ ଅଭିଭାଷଣରେ ଏଲନ୍ ମସ୍କଙ୍କୁ ପ୍ରଶଂସା କରିବା ସହ ବଡ଼ ଦାୟିତ୍ୱ ଦେଇଥିଲେ ଟ୍ରମ୍ପ।

Comments are closed.