Latest Odisha News

BREAKING NEWS

ପୁଣିଥରେ ବିଶ୍ୱର ନମ୍ବର ୱାନ୍ ଧନୀ ହେଲେ ଏଲନ ମସ୍କ, ପଛରେ ପଡ଼ିଲେ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟ

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱର ଏକ ନମ୍ବର ଧନୀ ତାଲିକାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଟେସ୍‌ଲା ସିଇଓ ଏଲନ ମସ୍କ। ବିଳାସୟମ ପ୍ରସାଧନ ସାମଗ୍ରୀ ବିକ୍ରେତା ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟଙ୍କ ଏଲ୍‌ଭିଏମ୍‌ଏଚ୍‌ କମ୍ପାନୀର ଶେୟାର ହ୍ରାସ ହେବାରୁ ମସ୍କ ଏକ ନମ୍ବରକୁ ଉଠିଛନ୍ତି।

ବୁଧବାର ପ୍ୟାରିସ୍‌ ଟ୍ରେଡିଂରେ ଆର୍ଣ୍ଣଲ୍ଟଙ୍କ ଏଲ୍‌ଭିଏମ୍‌ଏଚ୍‌ର ଶେୟାର ୨.୬ ପ୍ରତିଶତକୁ ହ୍ରାସ ପାଇଛି ବୋଲି ବ୍ଲୁମବର୍ଗରେ ରିପୋର୍ଟ ପ୍ରକାଶ ପାଇଛି।  ଏପ୍ରିଲ ଠାରୁ ଏଲ୍‌ଭିଏମ୍‌ଏଚ୍‌ ମାର୍କେଟ୍‌ ଭାଲ୍ୟୁ ପାଖାପାଖି ୧୦ ପ୍ରତିଶତ କମିଛି। ବଜାରରେ ଅସ୍ଥିରତା ଯୋଗୁ ୭୪ ବର୍ଷୀୟ ଫ୍ରାନ୍ସ ବ୍ୟାବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟଙ୍କର ୧୧ ବିଲିୟନ ଆମେରିକୀୟ ଡରାଲ ସମ୍ପତ୍ତି ଚଳୁ କରିଦେଇଛି।

୨୦୨୨ ଡିସେମ୍ବର ମାସରେ ବିଶ୍ୱ ଧନୀ ତାଲିକାରେ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟ ମସ୍କଙ୍କୁ ପଛରେ ପକାଇ ନମ୍ବର ୱାନ୍ ହୋଇଥିଲେ। ସେତେବେଳେ ମସ୍କଙ୍କକ ମୋଟ ସମ୍ପତ୍ତି ୨୦୦ ବିଲିୟନ ତଳକୁ ଖସିଆସିଥିଲା। ନିବେଶକାରୀମାନେ ଟେସ୍‌ଲା ଶେୟାର୍‌ରେ ପୁଞ୍ଜି ନିବେଶ କମାଇ ଦେଇଥିଲେ। ଏହାପରେ ଚଳିତ ବର୍ଷ ସେ ୫୫.୩ ବିଲିୟନ ପୁନଃ ଆୟ କରିଥିଲେ।

Comments are closed.