Latest Odisha News

BREAKING NEWS

ପ୍ରଥମ ବ୍ୟକ୍ତି ଭାବେ ମାନହାନୀ ମାମଲାରେ ସର୍ବାଧିକ ସଜା ପାଇଲି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ପ୍ରଥମ ଥର ପାଇଁ ବିଦେଶରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମୁଁ ପ୍ରଥମ ବ୍ୟକ୍ତି ଯାହାଙ୍କୁ ମାନହାନୀ ମାମଲାରେ ସର୍ବାଧିକ ଦଣ୍ଡବିଧାନ ମିଳିଛି ବୋଲି ରାହୁଲ ଗାନ୍ଧୀ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଉଦବୋଦନ ଦେଇ କହିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ସେ କେବେ ଭାବି ନଥିଲେ ଯେ ସେ ପ୍ରଥମ ବ୍ୟକ୍ତି ହେବେ, ଯାହାଙ୍କୁ ମାନହାନୀ ମାମଲାରେ ଏତେବଡ଼ ଦଣ୍ଡ ମିଳିବ ଓ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିବ।

ତେବେ ଏସବୁ ପରେ ରାଜନୈତିକ ସ୍ତରରେ ତାଙ୍କୁ ଅଧିକ ମଉକା ମିଳିଛି। ଭାରତ ଯୋଡ଼ୋ ଯାତ୍ରା ବିଷୟରେ ରାହୁଲ କହିଛନ୍ତି ଯେ ବର୍ତ୍ତମାନ ପୂରା ଭାରତ ସଂଘର୍ଷ କରୁଛି। ସଂସ୍ଥାମାନଙ୍କ ଉପରେ କବ୍ଜା କରାଯାଇଛି।, ଗଣତାନ୍ତ୍ରୀକ ଲଢେଇ ଲଢ଼ିବାକୁ ଆମେ ସଂଘର୍ଷ କରୁଛୁ। ଏଥିପାଇଁ କିଛି ମାସ ପୂର୍ବରୁ ମୁଁ ସାରା ଭାରତରେ ଯାତ୍ରା କରିବାକୁ ଚିନ୍ତା କରିଥିଲି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିବା ବେଳେ ଏଠାରେ ୩ଟି ସହରରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବୁଧବାର(୩୧ ମେ) ସେ କାଳିଫର୍ଣ୍ଣିଆର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ୟୁନିଭର୍ସିଟିକୁ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ସେ ଯେତେବେଳେ ୨୦୦୦ ମସିହାରେ ରାଜନୀତିରେ ଯୋଗ ଦେଲେ ସେ ଭାବନିଥିଲେ ଯେ ଦିନେ ଏମିତି ସମୟ ଆସିବ। ସେତେବେଳଏ ମସୟ ଓ ଏବର ସମୟ ଭିତରେ ପୂରା ଫରକ ରହିଛି ବୋଲି ରାହୁଲ କହିଛନ୍ତି। ତାଙ୍କର ସଦସ୍ୟତା ରଦ୍ଦକୁ ନେଇ ସେ କହିଛନ୍ତି ଯେ ଏମିତି ହେବ ବୋଲି କେବେ ଭାବିନଥିଲି। ତେବେ ଏହା ମୋତେ ସବୁଠାରୁ ବଡ଼ ମଉକା ଦେଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଯାହା ମୁଁ ସାଂସଦ ଥାଇ କରିପାରି ନଥାନ୍ତି। ତାହା ଏବେ କରିପାରିବି ବୋଲି ରାହୁଲ କହିଛନ୍ତି।

ମଦୀ ସାଙ୍ଗିଆକୁ ନେଇ ୨୦୧୯ରେ ଦେଇଥିବା ବୟାନରେ ରାହୁଲଙ୍କ ବିରୋଧରେ ଗୁଜରାଟର ବିଜେପି ନେତା ମାନହାନୀ ମାମଲା କରିଥିଲେ। ଚଳିତ ବର୍ଷ ମାର୍ଚ ମାସରେ ସୁରତ କୋର୍ଟ ଏହି ମାମଲାରେ ଶୁଣାଣି କରି ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ ହେବା ସହିତ ସଂସଦରେ ସଦସ୍ୟତା ହରାଇଥିଲେ। ସୁରତ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରାହୁଲ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ତେବେ ସଦସ୍ୟତା ରଦ୍ଦ ନେଇ ସେ ବିଦେଶରୁ ସହଯୋଗ ଚାହିଁ ନାହାନ୍ତି। ବିଦେଶ ଛାତ୍ରଛାତ୍ରୀଙ୍କ ସହ ସେ  ସମ୍ପର୍କ ରଖିବାକୁ ଚାହାନ୍ତି। ହେଲେ ପ୍ରଧାନମନ୍ତ୍ରୀ କାହିଁକି ଏଠିକି ଆସି ପିଲମାନଙ୍କ ପ୍ରଶ୍ନ ଉତ୍ତର ଦେଉ ନାହାନ୍ତି ସେ କଥା ପଚାରି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ ରାହୁଲ।

Leave A Reply

Your email address will not be published.