ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସ ଅର୍ଥାତ ଟୁଇଟର ପ୍ଲାଟଫର୍ମ ବାବଦରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୁଇଟରରୁ ଆଉ ଖୋଜିଲେ ମିଳିବନି ପୁରୁଣା ଫଟୋ କିମ୍ବା ଭିଡିଓ । ଟୁଇଟର ପ୍ଲାଟଫର୍ମରୁ ପୁରୁଣା ଫଟୋ ଓ ଭିଡିଓ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏଲନ ମସ୍କ । ଏହି ନିଷ୍ପତ୍ତି ଅନୁସାରେ, ଟୁଇଟରରୁ ହଟିଯିବ ୨୦୧୪ ଡିସେମ୍ବର ପୂର୍ବରୁ ପୋଷ୍ଟ ହୋଇଥିବା ଫଟୋ ଓ ଭିଡିଓ ।
ଅବଶ୍ୟ ମସ୍କଙ୍କର ଏହି ନିଷ୍ପତ୍ତି ନୂଆ ୟୁଜର୍ସଙ୍କ ଉପରେ ପଡିବ ନାହିଁ । ତେବେ ଯେଉଁମାନେ ପୁରୁଣା ୟୁଜର୍ସ ସେମାନଙ୍କ ଉପରେ ଏହାର ପ୍ରଭାବ ପଡିବ । କାରଣ ୨୦୧୪ ପୂର୍ବରୁ ଥିବା ସମସ୍ତ ଡାଟାକୁ ଡିଲିଟ କରାଯିବ ବୋଲି କହିଛନ୍ତି ମସ୍କ । ଏଥିରେ ଥିବା ପୋଷ୍ଟ ସହ ଫଟୋ ଓ ଭିଡିଓ ବି ଡିଲିଟ କରାଯିବ ବୋଲି ସେ କହିଛନ୍ତି
ତେବେ ମନରେ ପ୍ରଶ୍ନ ଆସେ, ଏପରି ନିଷ୍ପତ୍ତି ମସ୍କ ନେଲେ କାହିଁକି । ଅବଶ୍ୟ ମସ୍କଙ୍କର ଏପରି ଅପ୍ରତ୍ୟାଶିତ ନିଷ୍ପତ୍ତି ଆଜି ନୂଆ ନୁହେଁ । ତେବେ ଏଥର କିଛି ଟେକନିକାଲ ସମସ୍ୟା ଆଶଙ୍କା କରି ମସ୍କ ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ଯାନ୍ତ୍ରିକ ସମସ୍ୟା କ‘ଣ ଓ କିପରି ପ୍ରଭାବିତ କରିବ ସେ ସମ୍ପର୍କରେ ଟୁଇଟର ଓନର କିମ୍ବା ସିଇଓ କୌଣସି ସୂଚନା ଦେଇନାହାନ୍ତି କିମ୍ବା ଟୁଇଟରର ଅଫିସିଆଲ ଆକ୍ଟ ସପୋର୍ଟ ଆକାଉଣ୍ଟ ବି ଏହି ନିଷ୍ପତ୍ତି ସମ୍ପର୍କରେ ବିଶେଷ ତଥ୍ୟ ଦେଇନାହିଁ ।
ଯାହା ବି ହେଉ, ଯେଉଁମାନେ ୨୦୧୪ ପୂର୍ବରୁ ଟୁଇଟର ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ସତର୍କ ହୋଇଯିବା ଉଚିତ । ସେମାନେ ଟୁଇଟରରେ ପୋଷ୍ଟ କରିଥିବା ପୁରୁଣା ଓ ଫଟୋକୁ ଅନ୍ୟସ୍ଥାନରେ ସୁରକ୍ଷିତ ଭାବେ ଷ୍ଟୋର କରିନେବା ଉଚିତ । ନଚେତ କେଉଁ ମୁହୂର୍ତ୍ତରେ ବି ଏହା ଉଡି ଯାଇପାରେ ।
Comments are closed.