Latest Odisha News

BREAKING NEWS

ଲାଲଗଡରେ ଲାଗିଲା ଲାଲ୍ ବ୍ୟାନର, ଚିନ୍ତାଗୁଡ଼ା ଡ୍ୟାମ ନିର୍ମାଣକୁ ବିରୋଧ

ରାୟଗଡ଼ା: ଦୀର୍ଘ ଦିନର ନିରବତା ପରେ ଆଜି ପୁଣି ଥରେ ନିଜ ସ୍ଥିତିକୁ ଜାହିର କରିଛି ମାଓବାଦୀ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓବାଦୀଙ୍କ ନାମରେ ଲାଗିଛି ଲାଲ୍ ବ୍ୟାନର। ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ମାଓବାଦୀ ନାମରେ ଲାଗିଛି ଲାଲ୍ ବ୍ୟାନର। ସିପିଆଇ ମାଓବାଦୀ ଶ୍ରୀକାକୁଲମ ଡିଭିଜନାଲ କମିଟି ନାମରେ ଲାଲ୍ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ନିକଟ ଝଂଜାବତି ନଦୀ ଉପରେ ୧୪୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଥିବା ଚିନ୍ତାଗୁଡ଼ା ଡ୍ୟାମ ନିର୍ମାଣକୁ ବିରୋଧ କରାଯାଇଥିବା ଏହି ବ୍ୟାନରରେ ଉଲ୍ଲେଖ ରହିଛି। ଲାଲ୍ ବ୍ୟାନର ମରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ୨୦୦୦ ରୁ ୨୦୧୨ ମସିହା ପର୍ଯ୍ୟନ୍ତ ନାରାୟଣପାଟଣା ଏବଂ ବନ୍ଧୁଗାଁ ଦୁଇଟି ବ୍ଲକ ସମ୍ପୁର୍ଣ୍ଣ ମାଓବାଦୀଙ୍କ କବଜାରେ ରହିଥିଲା। ୨୦୧୨ ମସିହାରେ ତତ୍କାଳୀନ ଲକ୍ଷ୍ମୀପୁର ବିଧାୟକ ଝିନା ହିକକାଙ୍କୁ ଲକ୍ଷ୍ମୀପୁର ଅଞ୍ଚଳରୁ ଅପହରଣ କରି ମୁଣ୍ଡ ଜାମିନ ଭାବେ ନାରାୟଣପାଟଣାର ବରଗି ଏବଂ ଲଙ୍ଗଳବେଡା ଅଞ୍ଚଳରେ କଡ଼ା ସୁରକ୍ଷା ମଧ୍ୟରେ ରଖିଥିଲେ। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସିଆରପିଏଫ ଯବାନଙ୍କ କୁମ୍ବିଂ ସହ ତଦନ୍ତ ଚାଲିଛି ବୋଲି କୋରାପୁଟ ଏସପି ଅଭିନବ ସୋନାକାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.