ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରିଛନ୍ତି ସ୍ପେସ୍ଏକ୍ସ ଏବଂ ଟେସଲା ସିଇଓ ଏଲୋନ୍ ମସ୍କ l 400 ବିଲିୟନ ଡଲାର ସମ୍ପତ୍ତି ସହ ମସ୍କ ଦୁନିଆର ପ୍ରଥମ ଧନୀ ବ୍ୟକ୍ତି ହୋଇଛନ୍ତି l ଏହାପୂର୍ବରୁ, ଆଜିପର୍ଯ୍ୟନ୍ତ ଏହି ସଂଖ୍ୟାରେ କେହି ପହଞ୍ଚି ପାରିନାହାଁନ୍ତି l ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ନିକଟରେ ହୋଇଥିବା ଇନସାଇଡ଼ର ସେୟାର ବିକ୍ରି ଏବଂ ଆମେରିକା ନିର୍ବାଚନ ଫଳାଫଳ ପରେ ମସ୍କ ଏହି ସଫଳତା ହାସଲ କରିଛନ୍ତି । ସ୍ପେସ୍ଏକ୍ସର ଇନସାଇଡ଼ର ଟ୍ରେଡିଂ ବିକ୍ରୟ ହେତୁ ଏଲୋନ୍ ମସ୍କଙ୍କର ନିଟ୍ ମୂଲ୍ୟ 50 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି l ଏହାକୁ ମିଶାଇ ବର୍ତ୍ତମାନ ଏଲୋନ୍ ମସ୍କଙ୍କ ସମ୍ପତ୍ତି 439.2 ବିଲିୟନ ଡ଼ଲାରରେ ପହଞ୍ଚିଛି l
କହିରଖୁଛୁ ଯେ, ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏଲୋନ୍ ମସ୍କଙ୍କ ସମ୍ପତ୍ତି ମୂଲ୍ୟ 175 ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ଟ୍ରମ୍ପଙ୍କ ବିଜୟ ପରେ ଟେସଲାର ସେୟାର 75 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। 2022 ଶେଷରେ, ମସ୍କଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ 200 ବିଲିୟନ ଡ଼ଲାର ଥିଲା l ତେବେ ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ମସ୍କଙ୍କର କମ୍ପାନୀଗୁଡିକ ବହୁତ ଲାଭ ଅର୍ଜନ କରିଛି l
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ବିଜୟ ପରେ ଟେସଲା ଇଙ୍କର ସେୟାର ପ୍ରାୟ 65 ପ୍ରତିଶତ ବୃଦ୍ଧି ପାଇଛି। ଏବେ ଅନୁମାନ କରାଯାଉଛି ଯେ, ଡୋନାଲ୍ଡ ଟ୍ରମ୍ପ ଏବେ ଡ୍ରାଇଭର ବିହୀନ କାରଗୁଡିକର ରୋଲଆଉଟକୁ ସରଳ କରିବେ ଏବଂ ଟେସଲାର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସାହାଯ୍ୟ କରୁଥିବା ଇଲେକ୍ଟ୍ରିକ୍ ଯାନଗୁଡିକ ପାଇଁ ଟ୍ୟାକ୍ସ କ୍ରେଡିଟକୁ ଶେଷ କରିବ l
କହିରଖୁଛୁ ଯେ, ଗତ ନଭେମ୍ବର 5 ରେ, ଏଲୋନ୍ ମସ୍କଙ୍କ ସମ୍ପତ୍ତି 264 ବିଲିୟନ ଡ଼ଲାର୍ ଥିଲା l ମାତ୍ର ଏକ ମାସ ମଧ୍ୟରେ, ମସ୍କଙ୍କର ସମ୍ପତ୍ତି 175 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି l ଜୁଲାଇ 1, 2023 ସୁଦ୍ଧା, ଏଲୋନ୍ ମସ୍କଙ୍କ ସମ୍ପତ୍ତି ମୂଲ୍ୟ 126 ବିଲିୟନ ଥିଲା। ଗତ ଦେଢ଼ ବର୍ଷରେ ମସ୍କଙ୍କ ସମ୍ପତ୍ତି 248 ପ୍ରତିଶତ ବୃଦ୍ଧି ପାଇଛି।
Comments are closed.