Latest Odisha News

ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..

ନୂଆଦିଲ୍ଲୀ: ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୩୧ ସୁଦ୍ଧା ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସମଗ୍ର ମାନବଜାତି ଅପେକ୍ଷା ଅଧିକ ବୁଦ୍ଧିମାନ ହୋଇଯିବ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଅର୍ଥାତ୍ ଟେସଲା ଏବଂ ଷ୍ଟାରଲିଙ୍କ କମ୍ପାନୀର ମାଲିକ ଏଲନ ମସ୍କ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ ଏଭଳି କହିଛନ୍ତି।ଏଥିସହିତ ସେ ରୋବୋଟ ଏବଂ ଏଲିୟନ ବିଷୟରେ ମଧ୍ୟ କିଛି ଭବିଷ୍ୟବାଣୀ କରିଥିଲେ।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମସ୍କ ଏଆଇ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ସେ ଏହି ପ୍ରଯୁକ୍ତିବିଦ୍ୟାକୁ ନେଇ ଅନେକ ମତ ଦେଇଛନ୍ତି।

ବର୍ତ୍ତମାନ ସାରା ବିଶ୍ୱ ଓ ବୈଜ୍ଞାନିକ ମାନେ ଏଲିୟନକୁ ନେଇ ଅନେକ ଅନୁମାନ ଲଗାଉଛନ୍ତି। ତେବେ ଆମେରିକୀୟ ଜନସାଧାରଣ ଏଲିୟନଙ୍କ ଅସ୍ତିତ୍ୱକୁ ନେଇ ଅନେକ ଦାବି ମଧ୍ୟ କରିଛନ୍ତି। ରୋବୋଟକୁ ନେଇ ସେ କହିଛନ୍ତି ଯେ ତାଙ୍କ କମ୍ପାନୀ ହଜାର ହଜାର ରୋବୋଟ୍ ନିର୍ମାଣ କରିବାରେ ବର୍ତ୍ତମାନ ନିୟୋଜିତ ଅଛନ୍ତି ଓ ରୋବୋଟ୍ ଭବିଷ୍ୟତରେ ମାନବ ଜୀବନକୁ ପରିବର୍ତ୍ତନ କରିଦେବ ଓ ମଣିଷ ପାଇଁ ଏହା ସମସ୍ତ କାର୍ଯ୍ୟ କରିପାରିବ ବୋଲି ସେ କହିଛନ୍ତି। ତଥାପି ବର୍ତ୍ତମାନ ସୁଦ୍ଧା ମସ୍କଙ୍କ କମ୍ପାନୀ ଏବଂ ଏହାର ଅପ୍ଟିମସ୍ ରୋବୋଟ୍ ଏପର୍ଯ୍ୟନ୍ତ ପୂର୍ଣ୍ଣ କ୍ଷମତା ହାସଲ କରିପାରିନାହିଁ। ଅପରପକ୍ଷେ ଚୀନ୍ କମ୍ପାନୀ ୟୁନିଟାରୀ ମାନବୀୟ ରୋବୋଟ୍ ବିକ୍ରୟ କରିବାରେ ବର୍ତ୍ତମାନ ବହୁତ ଆଗରେ ରହିଛି।

ଯଦି ଆମ ପାଖରେ ମାଗଣା AI ଏବଂ ମାଗଣା ରୋବୋଟିକ୍ସ ରହିବ ତେବେ ଅର୍ଥନୀତି ବହୁତ ଆଗକୁ ଯାଇପାରିବ।ଏଥିସହିତ ତାଙ୍କ କମ୍ପାନୀର ଅପ୍ଟିମସ୍ ଆସନ୍ତା ବର୍ଷ ଶେଷ ସୁଦ୍ଧା ରୋବୋଟ୍ ବିକ୍ରୟ ପାଇଁ ଉପଲବ୍ଧ ହେବ ବୋଲି ମଧ୍ୟ ସେ କହିଛନ୍ତି।

Comments are closed.