Latest Odisha News

BREAKING NEWS

ଦିନକରେ ସମ୍ପତ୍ତି ବଢ଼ିଲା ୭ ଲକ୍ଷ ୫୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଏମିତି ଏକ ରେକର୍ଡ କରିଛନ୍ତି, ଯାହା ଇତିହାସରେ କେହି କେବେ କରିନଥିଲେ । ମାତ୍ର ଗୋଟିଏ ଦିନରେ ବଢ଼ିଛି ସାଢ଼େ ୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି । ଏଥିସହ ମସ୍କ ଏବେ ୮୫୦ ବିଲିୟନ ଡଲାରର ମାଲିକ ହୋଇଛନ୍ତି। କେମିତି ମସ୍କଙ୍କୁ ମିଳିଲା ଏହି ମହା-ସଫଳତା ? ଦେଖନ୍ତୁ ଏହି ରିପୋର୍ଟ…

ସମ୍ପତ୍ତି ବଢ଼ାଇବାରେ ସବୁ ରେକର୍ଡ ଭାଙ୍ଗିଲେ ଏଲନ ମସ୍କ। ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାରରୁ ଅଧିକ ନେଟୱର୍ଥର ମାଲିକ ହେଲେ ମସ୍କ। ଫୋର୍ବସର ସଦ୍ୟତମ ରିପୋର୍ଟ ଅନୁଯାୟୀ, ମସ୍କଙ୍କ ସମ୍ପତ୍ତି ଏବେ ପ୍ରାୟ ୮୫୨ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୭୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ଦିନକରେ ଏତେ ସମ୍ପତ୍ତି ବଢ଼ିବା ପଛରେ ମୁଖ୍ୟ କାରଣ ହେଉଛି- ମସ୍କଙ୍କ ରକେଟ୍ କମ୍ପାନୀ SpaceX ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫାର୍ମ xAI ମଧ୍ୟରେ ହୋଇଥିବା ମହା-ମିଶ୍ରଣ। ଏହି ମିଳିତ କମ୍ପାନୀର ମୂଲ୍ୟ ଏବେ ୧.୨୫ ଟ୍ରିଲିୟନ ଡଲାର ହୋଇଯାଇଛି। ମସ୍କ ଏହି ନୂଆ କମ୍ପାନୀରେ ୪୩% ଅଂଶଧନ ରଖିଛନ୍ତି, ଯାହାର ମୂଲ୍ୟ ୫୪୨ ବିଲିୟନ ଡଲାର। ଏହି ଗୋଟିଏ ଡିଲ୍ ମସ୍କଙ୍କ ପକେଟରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୮୪ ବିଲିୟନ ଡଲାର ଭରିଦେଇଛି ।

ଟେସଲା ମଧ୍ୟ ମସ୍କଙ୍କ ସମ୍ପତ୍ତି ବଢ଼ାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରୁଛି। ଯଦି ଆଗାମୀ ଦିନରେ ଟେସଲା ନିଜର ଲକ୍ଷ୍ୟ ପୂରଣ କରେ, ତେବେ ମସ୍କଙ୍କୁ ପାରିଶ୍ରମିକ ଭାବେ ଆହୁରି ୧ ଟ୍ରିଲିୟନ ଡଲାରର ଅତିରିକ୍ତ ଷ୍ଟକ୍ ମିଳିବ । ବିଶେଷଜ୍ଞଙ୍କ ମତରେ, ଯଦି ଏହି ସଫଳତା ଜାରି ରହେ, ତେବେ ୨୦୨୬ ଶେଷ ସୁଦ୍ଧା ଏଲନ ମସ୍କ ଦୁନିଆର ପ୍ରଥମ ‘ଟ୍ରିଲିୟନେୟାର’ ହେବାର ଗୌରବ ହାସଲ କରିବେ । ତାଙ୍କର ଏହି ‘ମସ୍କୋନୋମି’ ଏବେ ପୁରା ବିଶ୍ୱର ବଜାରକୁ ଚକିତ କରିଦେଇଛି।

Comments are closed.