Latest Odisha News

ମସ୍କଙ୍କ ନୂଆ ଆବିଷ୍କାର: ନାଚିବା ଠାରୁ ଆରମ୍ଭ କରି ପୋଛିବା ପର୍ଯ୍ୟନ୍ତ ସବୁ କରୁଛି

ନୂଆଦିଲ୍ଲୀ: ପୁଣି ଗବେଷଣା ପାହାଚରେ ଆଉ ଏକ ପାଦ ଉପରକୁ ଉଠିଲା ଟେସ୍‌ଲା। ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏବେ ସବୁ ମାଇଲ ଖୁଣ୍ଟକୁ ଗୋଟେ ପରେ ଗୋଟେ ପାର କରିଚାଲିଛି ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା। ଏବେ ପୁଣି ନୂଆ ଆବିଷ୍କାର ସହ ବିଶ୍ଵକୁ ପରିଚିତ କରାଇଛନ୍ତି। କମ୍ପାନୀ ପକ୍ଷରୁ ରୋବୋଭାନ ଗାଡ଼ି ବ୍ୟତୀତ ଅପ୍ଟିମସ ନାମକ ଏକ ମାନବ ରୋବଟ୍ ମଧ୍ୟ ଲଞ୍ଚ୍‌ କରାଯାଇଅଛି।

ଏହାକୁ ନେଇ ମସ୍କ କୁହନ୍ତି, ଟେସ୍‌ଲାର ରୋବଟ୍‌ ଦୈନନ୍ଦିନ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହାକି ଭିନ୍ନ ଭିନ୍ନ କାର୍ଯ୍ୟ କରିବାରେ ସକ୍ଷମ। ଯାହା ମଣିଷ ଭଳି ଚାଲିବ, ମଣିଷ ଦ୍ଵାରା ପରିଚାଳିତ ହୋଇପାରିବ। ଯାହା ବି ମଣିଷ କହିବ ତାହା ସୁଚାରୁ ରୂପେ ପାଳନ କରିବାର ଦକ୍ଷତା ଏହି ରୋବୋଟ ପାଖରେ ରହିଛି। ଘର କାମ ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଏହି ଅପ୍ଟିମସ ରୋବୋଟ ବିଭିନ୍ନ କାମ କରିପାରେ।

ଖାଲି ସେତିକି ନୁହେଁ ଏହା ଲୋକଙ୍କ ସହ ଗେମ୍ ଖେଳିବାରେ ମଧ୍ୟ ନିପୂଣ । ଏଥିସହିତ ରୋବୋଟକୁ ନାଚିବାର ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ପ୍ରଶଂସା କରିବାକୁ ଯାଇ ମସ୍କ୍ କହିଛନ୍ତି, ଏହା ଏପର୍ଯ୍ୟନ୍ତର ଶ୍ରେଷ୍ଠ ଉତ୍ପାଦ।

Leave A Reply

Your email address will not be published.