Latest Odisha News

BREAKING NEWS

ଟେସଲା ଆଣିବ ୨୦ ଲକ୍ଷର ଇଲେକ୍ଟ୍ରିକ୍ କାର, ଭାରତରେ ବସାଇବ କାରଖାନା

ନୂଆଦିଲ୍ଲୀ: ଅରବପତି ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଭାରତରେ ବାର୍ଷିକ ୫ ଲକ୍ଷ ଇଲେକ୍ଟ୍ରିକ୍ କାର ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବ । ନିବେଶ ନେଇ ଟେସଲା ପକ୍ଷରୁ ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି ।

ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ, ଭାରତରେ ଟେସଲା ଇଲେକ୍ଟ୍ରିକ୍ କାରର ପ୍ରାରମ୍ଭିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଆରମ୍ଭ ହେବ । ତେବେ କାର୍ ମୂଲ୍ୟ ନେଇ ଟେସଲା କର୍ତ୍ତୃପକ୍ଷ କୌଣସି ମତ ରଖି ନାହାନ୍ତି ।

ରିପୋର୍ଟରେ ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ କୁହାଯାଇଛି, ଏଲନ ମସ୍କଙ୍କ ଟେସଲା ଭାରତରୁ ବିଦେଶକୁ କାର ରପ୍ତାନୀ ଉପରେ ବିଚାର କରୁଛି । ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବା ବେଳେ ମସ୍କ ଭେଟିଥିଲେ । କହିଥିଲେ ଆମେ ଭାରତରେ ନିବେଶ କରିବୁ ।

Leave A Reply

Your email address will not be published.