Latest Odisha News

BREAKING NEWS

ଭାରତ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ‘ଏକ୍ସ’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଅଧିନରେ ଥିବା ଏକ୍ସ କର୍ପ ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ସରକାରଙ୍କ ଆଇଟି ଆଇନ ଧାରା 79(3)(b) ଉପରେ ପ୍ରଶ୍ନ ଉଠା ଯାଇଛି। ଏହି ନିୟମ ବେଆଇନ ଅଟେ ଓ ଏହା ଅଯଥା ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରି ସମସ୍ତ କଣ୍ଟେଣ୍ଟ ବ୍ଲକ କରୁଥିବାରୁ ପ୍ଲାଟଫର୍ମର କାର୍ଯ୍ୟ ପ୍ରଭାବିତ ହେଉଥିବା କଥା ଏକ୍ସ ତରଫରୁ ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ କମ୍ପାନୀ କହିଛି ଯେ ବିଷୟବସ୍ତୁ ହଟାଇବା ପାଇଁ ଲିଖିତ ଭାବରେ କାରଣ ଦର୍ଶାଇବା ଓ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଉପଯୁକ୍ତ ଶୁଣାଣି ବ୍ୟବସ୍ଥା ରହିବା ଉଚିତ। ତେବେ ଭାରତ ସରକାର ଏହା ମଧ୍ୟରୁ କୌଣସି ନିୟମ ଅବଲମ୍ବନ କରିନାହାନ୍ତି। ସରକାର ଧାରା 79(3)(b)ର ଭୁଲ ବ୍ୟାଖ୍ୟା କରିଛନ୍ତି ଓ ଧାରା 69A ର ପାଳନ କରିନଥିବା ମଧ୍ୟ ଅଭିଯୋଗ ହୋଇଛି।

ତେବେ ସରକାର କେଉଁ ପରିସ୍ଥିତିରେ ଇଣ୍ଟରନେଟ୍ ବିଷୟବସ୍ତୁକୁ ବ୍ଲକ କରିପାରିବେ ତାହା ଏଥିରେ ବ୍ୟାଖ୍ୟା କରାଯାଇଛି।

Leave A Reply

Your email address will not be published.