ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଏଲଭିସ୍ ଯାଦବ । ଜଣକୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବା ଘଟଣାରେ ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବଙ୍କ ବିରୋଧରେ ଗୁରୁଗ୍ରାମ ଥାନାରେ ମାମଲା ରୁଜୁ ହୋଇଛି । ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡିଓରେ ଏଲଭିସ୍ ଜଣେ ଯୁବକଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି । ପୀଡିତ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର । ଏହି ଭିଡିଓକୁ ପୀଡିତ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସାଗର ଠାକୁର ନାମକ ଜଣେ ଯୁବକ ମାରପିଟ ଅଭିଯୋଗରେ ଏଲଭିସ ଯାଦବଭଙ୍କ ବିରୋଧରେ ଆଇପିସି ଧାରା ୧୪୭, ୧୪୯,୩୨୩ ଏବଂ ୫୦୬ ଆଧାରରେ କେସ୍ ଦାୟର କରିଛନ୍ତି ।
Repost & say #ArrestElvishYadav , rukna nhi chahiye!
Also tag @gurgaonpolice, @DGPHaryana & @mlkhattar in reply & ask them to invoke IPC section 307 against #ElvishYadav for attempt to murder
MUST Repost it so that the message reaches far & wide
— Ashwini Shrivastava (@AshwiniSahaya) March 8, 2024
ପୀଡିତ ସାଗର ଠାକୁରଙ୍କ ମ୍ୟାକ୍ସଟର୍ନ ନାମରେ ଏକ ୟୁଟ୍ୟୁବ ଆକାଉଣ୍ଟ ରହିଛି । ୨୦୧୭ରୁ ୟୁଟ୍ୟବରେ ଭିଡିଓ ପ୍ରସ୍ତୁତ କରୁଛନ୍ତି । ସେ ୨୦୨୧ ମସିହାରୁ ଏଲଭିସଙ୍କୁ ଜାଣିଥିବା କଥା କହୁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏଲଭିସ୍ ପ୍ରଥମେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ସେ ଗୁରୁଗ୍ରାମ ଥାନାରେ ଅଭିଯୋଗ କରିଥିଲେ । ହେଲେ ହତ୍ୟା ଧମକ ଭଳି ଘଟଣା ପାଇଁ କୌଣସି ବି ଧାରା ଲଗାଇନଥିଲା ପୋଲିସ ।
ଏହାପରେ ସେ ଏଲଭିସ୍ ଯାଦବଙ୍କୁ ଭେଟିବାକୁ ସବୁ ପ୍ରସ୍ତୁତି କରିଥିଲେ । ହେଲେ ଆସିବା ମାତ୍ରକେ ଏଲଭିସ୍ ତାଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ । ଯାହାର ଦୃଶ୍ୟ ଆପଣ ଭିଡିଓ ମାଧ୍ୟମରେ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି । ଯାହାକୁ ନେଇ ଏଲଭିସ୍ ଙ୍କୁ ଗିରଫ କରିବା ନେଇ ଦାବି ଯୋର ଧରିଛି ।
I was brutally attacked and assaulted by @ElvishYadav, who openly issued death threats to me. All the evidence is available on the internet. But, When I went to the police station to file an FIR, the SHO lodged it under IPC 147, 149, 323, and 506. Unfortunately, these are… pic.twitter.com/UC2U4n1Gee
— Maxtern (@RealMaxtern) March 8, 2024
Comments are closed.