Latest Odisha News

BREAKING NEWS

ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦର ଗାଁରେ ମାଓବାଦୀଙ୍କ ଏହି ବର୍ବରତା ଦେଖିବାକୁ ମିଳିଛି । ମୃତ ଦମ୍ପତି ହେଉଛନ୍ତି ଡାହିରା କହଁର ଓ ବତସୀ କହଁର।

ଗତକାଲି ରାତି ପ୍ରାୟ ୯ଟା ବେଳେ କିଛି ମାଓବାଦୀ ଦମ୍ପତିଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲେ । ଆଜି ସକାଳେ ଦମ୍ପତିଙ୍କ ମୃତଦେହ  ତାଙ୍କ ଗାଁ ନିକଟ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମାଓବାଦୀମାନେ ସେମାନଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ବାଡେଇ ବାଡେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.