Latest Odisha News

BREAKING NEWS

ଇମାନୁଏଲ ମାକ୍ରୋନ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍  ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ପ୍ରତିପକ୍ଷ ଦଳର ପ୍ରାର୍ଥୀ ମେରିନ ଲେ ପେନଙ୍କୁ ନିର୍ବାଚନରେ ହରାଇଛନ୍ତି। ଶେଷ ଖବର ସୁଦ୍ଧା ମାକ୍ରୋନ  ୫୮.୨ ପ୍ରତିଶତ ଭୋଟ୍ ପାଇଛନ୍ତି । ତେଣୁ ତାଙ୍କର ବିଜୟ ସୁନିଶ୍ଚିତ । ୟୁରୋପର ଏକ ପ୍ରମୁଖ ଦେଶ ହେଉଛି ଫ୍ରାନ୍ସ । ଏବେ ମାକ୍ରୋନ ବିଜୟୀ ହେବା ପରେ ଆମେରିକା ସମ୍ଭାବ୍ୟ ହିଂସାତ୍ମକ ବିକ୍ଷୋଭକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ।

କରୋନା ମହାମାରୀ ଏବଂ ରୁଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଫ୍ରାନ୍ସ ନିର୍ବାଚନ ଉପରେ ଆମେରିକାର ମଧ୍ୟ ଏହା ଉପରେ ନଜର ରହିଥିଲା। ମାକ୍ରୋନ ତାଙ୍କୁ ଆଉ ଥରେ ଏକ ସୁଯୋଗ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଥିଲେ। ୨୦ ବର୍ଷ ପରେ ଫ୍ରାନ୍ସର ପ୍ରଥମ ରାଷ୍ଟ୍ରପତି ଭାବେ ମାକ୍ରୋନ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି ।

Comments are closed.