Latest Odisha News

BREAKING NEWS

ମହୁମାଛି ଗୋଡ଼ାଇଲା, ୩୦୦ ଫୁଟ ତଳକୁ ଖସି ପ୍ରାଣ ହରାଇଲା ୧୩ ବର୍ଷର ବାଳକ

ପୁଣେ: ରବିବାର ଏକ ବଡ ଅଘଟଣ ଘଟିଛି । ହଠାତ ମହୁମାଛି ଆକ୍ରମଣ କରିବାରୁ ଜଣେ ୧୩ ବର୍ଷର ଛୋଟ ଛୁଆ ପାହାଡ ତଳକୁ ଖସିପଡିବାରୁ ପ୍ରାଣ ହରାଇଛି । ସେହିପରି ଛୋଟ ପିଲାଟି ସହିତ ଥିବା ଅନ୍ୟ ୭-୮ ଜଣ ଆହତ ହୋଇଥିବା ସୂଚନା ରହିଛି। ମହାରାଷ୍ଟ୍ରର ପୁଣରେ ଏହି ଅଘଟଣ ଘଟିଛି।

ପୁଣେର ସତାରା ଜିଲ୍ଲାରେ ଏକ ଧାର୍ମିକ ଯାତ୍ରାରେ ଯୋଗ ଦେବାକୁ ପାଖାପାଖି ୧୦ ଜଣ ଶିବାଜିନଗର ପାହାଡ ଉପରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ହଠାତ୍ ମହୁ ମାଛି ପାହାଡ ଭିତରୁ ବାହାରି ଆକ୍ରମଣ କରିଥିଲା। ସମସ୍ତେ ପ୍ରାଣ ବିକଳରେ ଏଣେ ତେଣେ ଲୁଚିବାକୁ ପ୍ରୟାସ କରିଥିଲେ । କିନ୍ତୁ ଜଣେ ୧୩ ବର୍ଷୀୟ ବାଳକର ଗୋଡ ଖସିଯିବାରୁ ସେ ପାହାଡ ତଳକୁ ଖସି ପଡିଥିଲା।

ରିପୋର୍ଟ ଅନୁଯାୟୀ ପିଲାଟି ୩୦୦ ଫୁଟ ତଳକୁ ଖସିପଡିଥିଲା । ଏହାପରେ ପ୍ରାଣ ହରାଇଛି। ସେହିପରି ଏହି ଛୋଟ ପିଲାର ଅନ୍ୟ ୭-୮ ସାଙ୍ଗ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତ ପିଲଟିକୁ ଏବେ ପାହାଡ ତଳୁ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Leave A Reply

Your email address will not be published.