Latest Odisha News

BREAKING NEWS

ପୁଣି ଟ୍ରେନ ଟ୍ରାଜେଡି; ରେଳ ବିଭାଗ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ ହୋଇଛି | ଏହାସହିତ ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ, ୫ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |
ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ୭ ଟି ହେଲ୍ପଲାଇନ ନମ୍ବର ଜାରି କରଯାଇଛି | ସେହି ନମ୍ବରଗୁଡିକ ହେଉଛି ; ୦୩୩-୨୩୫୦୮୭୯୪, ୦୩୩- ୨୩୮୩୩୩୨୬, ୦୩୬୧୨୭୩୧୬୨୧, ୦୩୬୧୨୭୩୧୬୨୨, ୦୩୬୧୨୭୩୧୬୨୩, ୦୩୬୭୪୨୬୩୯୫୮, ୦୩୬୭୪୨୬୩୮୩୧, ୦୩୬୭୪୨୬୩୧୨୦
ସେପଟେ ସ୍ଥିତି ସମୀକ୍ଷା ପାଇଁ ଦାର୍ଜିଲିଂ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ଏହାସହିତ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ଏହି ଟ୍ରାଜେଡିରେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ନିଜ ସୋସିଆଲ ମିଡ଼ିଆ ଦ୍ୱାରା ଆଶ୍ୱାସନା ଦେଇଛନ୍ତି | ଏହାସହିତ ରିଲିଫ କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |

ସୂଚନାଯୋଗ୍ୟ, କଞ୍ଚନଜୁଙ୍ଗା ଏକ୍ସପ୍ରେସ ବଙ୍ଗଳାର ନୂଆ ଜଲପାଇଗୁରୀ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏଭଳି ଦୁର୍ଘଟଣା ଘଟିଛି। କୋଲକତାର ସିଲଦା ଷ୍ଟେସନକୁ ଯାତ୍ରା କରୁଥିବା ବେଳେ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ସିଲିଗୁରିର ରଙ୍ଗାପାନି ଅଞ୍ଚଳରେ ଏକ ମାଲବାହୀ ଟ୍ରେନ୍, ଉକ୍ତ ଯାତ୍ରୀବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁଁ ଏଯାବତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।

Leave A Reply

Your email address will not be published.