Latest Odisha News

BREAKING NEWS

ହଠାତ୍ ବିଲ ମଝିରେ ନୌସେନା ହେଲିକପ୍ଟରର ଜରୁରୀ ଅବତରଣ

ମୟୂରଭଞ୍ଜ: ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଗାଁ ଅମର୍ଦ୍ଦା ନିକଟରେ ଅବତରଣ କଲା ନୌସେନା ହେଲିକପ୍ଟରର। ପାଖାପାଖି ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଥିଲା। ହେଲିକପ୍ଟରଟି ଅବତରଣ କରିବା ପରେ ଆଖପାଖ ଲୋକେ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ତେବେ ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ।

ଖବର ଅନୁସାରେ ରାସଗୋବିନ୍ଦପୁର ବ୍ଲକର ଗାଁଅମର୍ଦ୍ଦା ବିଲରେ ହଠାତ୍ ନୌସେନା ହେଲିକପ୍ଟରଟି ଅବତରଣ କରିଥିଲା। ଏହି ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିଲେ। ହଠାତ୍ ବିଲ ମଝିରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର। ଯାହାକୁ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ ଗ୍ରାମବାସୀ।

ଅନ୍ୟପଟେ ନୌସେନାର ହେଲିକପ୍ଟର ଜରୁରୀକାଳୀନ ଅବତରଣ ନେଇ ମୟୂରଭଞ୍ଜ ଏସପି କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୌସେନା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିଲା। ପରେ ହେଲିକପ୍ଟରଟି ପୁଣି ଉଡ଼ାଣ ଭରିଥିଲା।

Comments are closed.