Latest Odisha News

ଏମରଜେନ୍ସି : ଭାରତୀୟ ଗଣତନ୍ତ୍ରର କଳଙ୍କିତ ଅଧ୍ୟାୟ

ଭୁବନେଶ୍ୱର: ଆଜିର ଦିନ (୨୫ଜୁନ୍‌) ସାରା ଭାରତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମରଜେନ୍ସି ଲଗାଇଥିଲେ । ୪୫ ବର୍ଷ ପୂରଣ ହେଲା ଭାରତୀୟ ଗଣତନ୍ତ୍ରର ଏହି କଳଙ୍କିତ ଅଧ୍ୟାୟ । ଆସନ୍ତୁ ଜାଣିବା ଏମରଜେନ୍ସି କାରଣ ବିଷୟରେ-
୨୫ ଜୁନ୍ ୧୯୭୫ : ରାତି ୧୨ଟା ବେଳେ ଏମରଜେନ୍ସି ଲାଗୁ କରାଯାଇଥିଲା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରେ ଓ ଇନ୍ଦିରାଗାନ୍ଧୀ ରାତି ୩ଟା ପର୍ଯ୍ୟନ୍ତ ଅନିଦ୍ରା ରହିଥିଲେ । ସିଦ୍ଧାର୍ଥଙ୍କ ବୁଦ୍ଧିରେ ପଡି ଇନ୍ଦିରାଗାନ୍ଧୀ ଏହି କଠୋର ପଦକ୍ଷେପ ନେଇଥିଲେ ବୋଲି ଅନୁମାନ କରାଯାଏ । ତା ପରଦିନ ସକାଳୁ କିପରି ରାଷ୍ଟ୍ରକୁ ସମ୍ବୋନ୍ଧିତ କରିବେ ସେ ନେଇ ତର୍ଜମା ଚାଲିଥିଲା ।
ସଞ୍ଜୟଙ୍କ ପ୍ରଭାବ: ବୈଠକ ସାରି ସିଦ୍ଧାର୍ଥ ଯାଉଥିବା ବେଳେ ଗ୍ୟାଲେରୀରେ ସେ ସମୟରେ ଗୃହ ରାଜ୍ୟ ମନ୍ତ୍ରୀ ଓମ ମେହେଟ୍ଟାଙ୍କୁ ଦେଖିଥିଲେ । ସେ କହିଥିଲେ ଖବରକାଗଜ ଅଫିସର ଲାଇନ କାଟି ଦିଆଯାଇଛି, ହାଇକୋର୍ଟରେ ତାଲା ପକେଇବା ପାଇଁ କୁହାଯାଇଛି । ୨୦ ମିନିଟ ପରେ ସଞ୍ଜୟ ଗାନ୍ଧୀ ଆସିଥିଲେ, ସିଦ୍ଧାର୍ଥ ଘଟଣା ସମ୍ପର୍କରେ ପଚାରିବାରୁ ସେ ରାଗି ଯାଇଥିଲେ । ଇନ୍ଦିରାଗାନ୍ଧୀ ଆସି ବୁଝାଶୁଝା କରିଥିଲେ । ସକାଳୁ ୧/୨ଟି ଖବରକାଗଜ ବାହାରିଥିଲା । ଇନ୍ଦିରାଙ୍କ ବଦଳରେ ସଞ୍ଜୟ ଏଥିନେଇ ବେଶୀ ଆଗ୍ରହ ପ୍ରକାଶ କରୁଥିଲେ ।

କ୍ୟାବିନେଟ ବୈଠକ: ୨୬ ଜୁନ୍ ଏମରଜେନ୍ସି କ୍ୟାବିନେଟ ବୈଠକରେ ସମସ୍ତେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଜନତା ଦଳର ଜୟପ୍ରକାଶ ନାରାୟଣ, ମୋରାରାଜୀ ଦେଶାଇ ସମେତ ଅନ୍ୟ ନେତାଙ୍କୁ ଗିରଫ କରି ନିଆଗଲା । ସମସ୍ତ ମନ୍ତ୍ରୀ ସ୍ତବ୍ଧ ଥିଲେ । କେହି ଏହାକୁ ବିରୋଧ କରି ନ ଥିଲେ । କ୍ୟାବିନେଟ ପ୍ରସ୍ତାବକୁ ଗ୍ରହଣ କରି ନେଲା । ଇନ୍ଦିରା ରେଡିଓରେ ବାର୍ତା ଦେଇଥିଲେ ଯେ ରାଷ୍ଟ୍ରପତି ଫକରୁଦ୍ଦିନ ଅଲୀ ଅହମ୍ମଦ ଦେଶରେ ଏମରଜେନ୍ସି ଲଗାଇବା ଆଦେଶ ଦେଇଛନ୍ତି । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।
ସଞ୍ଜୟଙ୍କୁ ଭେଟିଲେ ଗୁଜରାଲ: ସୂଚନା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ ପାଖ ରୁମରେ ସଞ୍ଜୟ ଗାନ୍ଧୀଙ୍କୁ ଭେଟିଲେ । ସଞ୍ଜୟ ତାଙ୍କୁ କହିଲେ ମୋତେ ନ ଶୁଣାଇ କୌଣସି ବାର୍ତା ରେଡିଓରେ ଦେବ ନାହିଁ । ଗୁଜରାଲ ବିରୋଧ କଲେ….. ଏହାର କିଛି ପ୍ରଭାବ ପଡିଲାନି । ଇନ୍ଦିରା ଓ ସଞ୍ଜୟ ନିକଟରେ ସେ ହାର ମାନିଥିଲେ ।

କେଶବାନନ୍ଦ ଭାରତୀ କେସ୍‌: ଏହି ଘଟଣାରେ ସୁପ୍ରିମକୋର୍ଟ ଇନ୍ଦିରା ସରକାରଙ୍କ ୨ଟି ନିଷ୍ପତି ଉପରେ ରୋକ ଲଗାଇଥିଲେ । ୧୪ ପ୍ରାଇଭେଟ ବ୍ୟାଙ୍କକୁ ସରକାରୀ କବଜାରେ ଏବଂ ରାଜା-ମହାରାଜାଙ୍କୁ ମିଳୁଥିବା ପେନସନକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ । ଇନ୍ଦିରା ସମ୍ବିଧାନ ସଂଶୋଧାନ କରିବା ଜିଦ୍ ଧରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଆମର ଏହି ଅଧିକାର ନାହିଁ ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ: ଏହି କେସ୍‌ର ଦିନକ ପରେ ମୁଖ୍ୟ ବିଚାରପତି ଏସଏମ ସକରୀ ଅବସର ନେଇଥିଲେ । ଜେଏମ ଶେଲଟଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତ କରାଗଲା । ସେ ସରକାରଙ୍କ ସପକ୍ଷରେ କେତେକ ନିଷ୍ପତି ନେଇଥିଲେ ।
ଜୟପ୍ରକାଶଙ୍କ ଅସନ୍ତୁଷ୍ଟତା: ନ୍ୟାୟପାଳିକା କାର୍ଯ୍ୟରେ ଇନ୍ଦିରାଙ୍କ ମୁଣ୍ଡ ପୂରାଇବା ନେଇ ଜନତା ପାର୍ଟି ନେତା ଜୟପ୍ରକାଶ ନାରାୟଣ ଅସନ୍ତୁଷ୍ଟ ହୋଇଥିଲେ । ସମସ୍ତ ସଂସଦଙ୍କୁ ପତ୍ର ଲେଖି ସେ ଏ ସମ୍ପର୍କରେ ଜଣାଇଥିଲେ । ଏହା ପରେ ସେ ସରକାରଙ୍କ ବିରୋଧରେ ଆନ୍ଦୋଳନର ଡାକରା ଦେଲେ ।
ରାଜନାରାୟଣ-ଇନ୍ଦିରା: ୧୯୭୧ ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ରାୟବରେଲୀରୁ ରାଜ ନାରାୟଣଙ୍କ ବିପକ୍ଷରେ ୧ ଲକ୍ଷ ଭୋଟରେ ଜିତିଥିଲେ । ସେ ଫଳାଫଳ ନେଇ ଆହ୍ଲାବାଦ କୋର୍ଟର ଆଶ୍ରୟ ନେଇଥିଲେ । ୧୨ ଜୁନ ୧୯୭୫ରେ ଇନ୍ଦିରା ନିର୍ବାଚନରେ ଅସତ ଉପାୟ ଅବଲମ୍ବନ କରିଥିବା ପ୍ରମାଣ ହେବା ପରେ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ କୋର୍ଟ ପ୍ରତିବନ୍ଧ ଲଗାଇଥିଲେ ।
ଜୟପ୍ରକାଶଙ୍କ ଆନ୍ଦୋଳନ ତୀବ୍ର ହେଲା: ଉପରୋକ୍ତ ନିଷ୍ପତି ପରେ ଜୟପ୍ରକାଶ ତାଙ୍କ ଆନ୍ଦୋଳନକୁ ଆହୁରି ତୀବ୍ର କଲେ । ରାମଲୀଳା ମୈଦାନରେ ୫ଲକ୍ଷ ଲୋକ ଏକତ୍ର ହେଲେ । ମଂଚରେ ସମସ୍ତ ଇନ୍ଦିରା ବିରୋଧୀ ଏକତ୍ର ହେଲେ । ଏହା ପରେ ଇନ୍ଦିରା ରାଗି କରି ବାହ୍ୟ ଏମରଜେନ୍ସି ଲଗାଇଥିଲେ ।

ବଡ ବଡ ନେତା ଗିରଫ ହେଲେ: ବିରୋଧୀ ଦଳର ତୁଙ୍ଗ ନେତା ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ଜର୍ଜ ଫର୍ଣ୍ଣଣ୍ଡିଜ, ଜୟପ୍ରକାଶ ନାରାୟଣ, ଚନ୍ଦ୍ରଶେଖରଙ୍କୁ ପୋଲିସ ଗିରଫ କରି ନେଇଥିଲା ।
ଇନ୍ଦିରା ବିରୋଧୀ ସ୍ୱର ଆହୁରି ଜୋର ଧରିଲା: ବିରୋଧକୁ ଆଉ ନିୟନ୍ତ୍ରଣ କରି ନ ପାରିବାରୁ ଇନ୍ଦିରା ଲୋକସଭା ଭଙ୍ଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏମରଜନ୍ସି ଲାଗୁ କରିବା ସେମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ଜନତା ପାର୍ଟି ସରକାର ଗଠନ କରିଥିଲା । ମୋରାରଜୀ ଦେଶାଇ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଦେଶରେ ୩୦ ବର୍ଷ ପରେ ଅଣକଂଗ୍ରେସ ଦଳ ରାଜୁତି କରିଥିଲା । କଂଗ୍ରେସ ଉତରପ୍ରଦେଶ, ବିହାର, ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ଗୋଟିଏ ବି ସିଟ ପାଇ ନ ଥିଲା । ଇନ୍ଦିରା ମଧ୍ୟ ତାଙ୍କ ସିଟ ହାରିଥିଲେ ।

Comments are closed.