Latest Odisha News

BREAKING NEWS

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲର

ମୁମ୍ବାଇ: କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ର ଦ୍ୱିତୀୟ ଟ୍ରେଲର ମୁକ୍ତିଲାଭ କରିଛି। ୧ ମିନିଟ୍ ୫୦ ସେକେଣ୍ଡ ଟ୍ରେଲରରେ ଅନେକ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ପୂର୍ବ ଟ୍ରେଲର ତୁଳନାରେ ଅନେକ ଦୃଶ୍ୟ ଅପସାରିତ ହୋଇଛି। ନୂତନ ଟ୍ରେଲରରେ ଆପଣ ‘ଏମର୍ଜେନ୍ସି’ ସମୟରେ ଘଟିଥିବା ରାଜନୈତିକ ଅସ୍ଥିରତା ଏବଂ ହିଂସା ଦେଖିବାକୁ ପାଇବେ।

ଭାରତ ଇତିହାସର ଅନ୍ୟତମ ବିବାଦୀୟ ଅଧ୍ୟାୟକୁ ଲୋକଙ୍କ ସାମ୍ନାକୁ ଆଣିବ ଏହି ଚଳଚ୍ଚିତ୍ର। କଙ୍ଗନା ରାଣାୱତଙ୍କ ଦ୍ୱାରା ଲିଖିତ, ନିର୍ଦ୍ଦେଶିତ ‘ଏମର୍ଜେନ୍ସି’ରେ ୧୯୭୫ ମସିହାର ସେହି ଅଶାନ୍ତ ସମୟକୁ ଦର୍ଶାଯାଇଛି, ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।

ଏହି ଟ୍ରେଲର କଙ୍ଗନା ରାନାୱତର ଶକ୍ତିଶାଳୀ ଦୃଶ୍ୟରୁ ଆରମ୍ଭ ହୋଇଛି। ଯେଉଁଠାରେ ଜରୁରୀକାଳୀନ ପରିସ୍ଥିତି ଲଗାଇବା ପୂର୍ବରୁ ସେ ନିଜକୁ କ୍ୟାବିନେଟ୍ ବୋଲି କହୁଛନ୍ତି। ଏହି ନୂତନ ଟ୍ରେଲରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ବିବାଦୀୟ ନେତା ବୋଲି ବର୍ଣ୍ଣନା କରାଯାଇଛି। ନିର୍ବାଚନ ରାଲିଠାରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ର ପର୍ଯ୍ୟନ୍ତ ଅନେକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି।

ଟ୍ରେଲର ଆରମ୍ଭ ହେଉଛି ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ଇନ୍ଦିରା ଗାନ୍ଧୀଙ୍କୁ ଲେଖାଯାଇଥିବା ଏକ ଚିଠିରୁ, ଯାହା ତାଙ୍କୁ ମନେପକାଇ ଦେଉଛି ଯେ ପ୍ରଧାନମନ୍ତ୍ରୀ ଆସନ ଏବେ କେବଳ ଏକ ସିଂହାସନ ନୁହେଁ, ବରଂ ଏକ ଉଗ୍ର ସିଂହ, ଯାହାର ଗର୍ଜନ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେବ। ଏଥିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପ୍ରାଧାନ୍ୟ ଦିଆଯାଇଛି, ଯାହାକି ଭାରତର ସ୍ୱାଧୀନତା ପରବର୍ତ୍ତୀ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ।

ଟ୍ରେଲରରେ କ୍ରୁରତା, ହିଂସା ଏବଂ ‘ଗଣତନ୍ତ୍ରର ହତ୍ୟା’ ଦୃଶ୍ୟ ଦେଖିବାକୁ ମିଳିଛି। ଇନ୍ଦିରା ଗାନ୍ଧୀ ଅବତାରରେ କଙ୍ଗନାଙ୍କ ଜବରଦସ୍ତ ଅଭିନୟର ଝଲକ୍‌ ଟ୍ରେଲରରେ ନଜର ଆସିଛି। କଙ୍ଗନାଙ୍କ ବ୍ୟତୀତ ଅଟଳ ବିହାରୀ ବାଜପେୟୀ ଭୂମିକାରେ ଶ୍ରେୟସ ତଲପଡ଼େ, ଫିଲ୍ଡ ମାର୍ଶଲ ସାମ୍‌ ମାନେକ୍ସା ଭୂମିକାରେ ମିଲିନ୍ଦ ସୋମନ ଏବଂ ସଞ୍ଜୟ ଗାନ୍ଧୀ ଭୂମିକାରେ ବିଶାଖ ନାୟର ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଛି। ଜାନୁଆରୀ ୧୭ରେ ପରଦାକୁ ଆସିବ ‘ଏମର୍ଜେନ୍ସି’।

Leave A Reply

Your email address will not be published.